ଓଡିଶା

odisha

ETV Bharat / state

Pakhala Dibasa: ପଖାଳ ଦିବସର ଇତିହାସ ଓ ବିଶେଷତ୍ୱ, ଅମରେଶ ଦାସଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର - ଆଜି ବିଶ୍ବ ଦରବାରରେ ପ୍ରତିଷ୍ଠିତ ହୋଇପାରିଛି ପଖାଳ

ଆଜି ବିଶ୍ବ ଦରବାରରେ ପ୍ରତିଷ୍ଠିତ ହୋଇପାରିଛି ପଖାଳ । ତେବେ କ’ଣ ରହିଛି ପଖାଳ ଦିବସର ସ୍ବତନ୍ତ୍ରତା, ବିଶେଷତ୍ବ ଓ ଇତହାସ ? ତେବେ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାରରେ ଆସନ୍ତୁ ଅଧିକ ଜାଣିବା ପଖାଳ ଦିବସ ସମ୍ପର୍କରେ...

ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ
ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ

By

Published : Mar 18, 2023, 5:19 PM IST

ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ

ଭୁବନେଶ୍ବର: ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ପଖାଳ କଂସାଏ ଓଡିଆଙ୍କ ପାଇଁ ଅମୃତ ପରି । ଆଜି ବିଶ୍ବ ଦରବାରରେ ପ୍ରତିଷ୍ଠିତ ହୋଇପାରିଛି ପଖାଳ । ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୦କୁ ବିଶ୍ବ ପଖାଳ ଦିବସ ଭାବେ ପାଳନ କରାଯାଏ । ତେବେ ପଖାଳ ଦିବସର କଣ ରହିଛି ଇତିହାସ ? କାହିଁକି ମାର୍ଚ୍ଚ ୨୦ କୁ ବିଶ୍ବ ପଖାଳ ଦିବସ ରୂପେ ପାଳନ କରାଯାଏ । ଆସନ୍ତୁ ଜାଣିବା ।

ଖରା ଦିନେ ଗରମରୁ ରକ୍ଷା ପାଇବା ପାଇଁ ବା ଟିକିଏ ତୃଷ୍ଣା ନିବାରଣ ପାଇଁ ପ୍ରତି ଓଡ଼ିଆ ଖାଇଥାଏ ପଖାଳ। । ତେବେ ଖାଲି ଖରାଦିନ ନୁହେ ସବୁ ଓଡ଼ିଆଙ୍କ ପ୍ରଥମ ପସନ୍ଦ ଓ ପ୍ରିୟ ଖାଦ୍ୟ ହେଉଛି ପଖାଳ । ସକାଳ ହେଲେ ଓଡ଼ିଆ ଲୋକେ ପଖାଳ କଂସେ ଖାଇଦେଲେ ତାର ଦିନ ସାରାର ଭୋକ ମେଣ୍ଟିଯାଇଥାଏ । ଏହି ପଖାଳ କାହିଁ କେଉଁ ପୁରୁଣା କାଳରୁ ଓଡ଼ିଆ ମାନେ ଖାଇଆସୁଛନ୍ତି । ଏହା ଆମ ପରମ୍ପରା ଓ ଆମ ସଂସ୍କୃତି ସହ ଯୋଡ଼ା । ଜଗନାଥ ସଂସ୍କୃତିରେ ପଖାଳର ବିଶେଷତ ରହିଛି । ବିଶେଷ ଭାବେ ପଖାଳରେ ଔଷଧୀୟ ଉପକାରିତାକୁ ନେଇ ପୂର୍ବ ପୁରୁଷମାନଙ୍କ ସମୟରୁ ଆମେ ପଖାଳ ଖାଇଆସୁଛୁ । ଯଦିଓ ବି ଆଧୁନିକତାର ଛାପରେ ଓଡ଼ିଆ ପ୍ରତିଦିନର ପଖାଳ ଖାଇବା କମାଇଦେଲାଣି କିନ୍ତୁ ଖରା ଦିନ ଆସିଲେ ପଖାଳର ମହକରେ ବାସେ ପୁରା ଓଡିଶା ।

ଓଡ଼ିଶାରେ ବାସି, ପଖାଳ ଦହି ପଖାଳ, ଜୀରା ପଖାଳ, ଗରମ ପଖାଳ ଭଳି ବିଭିନ୍ନ ପ୍ରକାରର ପଖାଳ କହିଥାନ୍ତି । ପଖାଳ ସହ ଯେତେବେଳେ ଆଳୁ ଭଜା, ବାଇଗଣ ଭଜା, ବଡି ଚୁରା, ଶାଗ ଭଜା, କଖାରୁ ଭଜା ଥାଏ ତେବେ ଖାଇବାର ମଜା ଟିକେ ନିଆରା ଆଉ ସ୍ବାଦ ଦୁଇଗୁଣ ହୋଇଯାଏ । ସେଥିପାଇଁ ତ ଏହି ପଖାଳ କେବଳ ଓଡ଼ିଶାରେ ନୁହେଁ ଅନ୍ୟ ରାଜ୍ୟ ଯେପରି ପଶ୍ଚିମବଙ୍ଗ, ଝାରଖଣ୍ଡ, ଆସାମ, ତାମିଲନାଡୁ ,ଛତିଶଗଡ଼ରେ ବି ଲୋକମାନେ ଖାଇଥାନ୍ତି । ଓଡ଼ିଶାର ପରିଚୟର ଏହି ପ୍ରିୟ ଖାଦ୍ୟକୁ ଖାଇ ବେଶ ଖୁସି ହୋଇଥାନ୍ତି ।

ତେବେ ପଖାଳକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସ ୨୦୦୯ ରୁ ଧୀରେ ଧୀରେ କିଛି ବନ୍ଧୁମାନଙ୍କୁ ସହ ଏହି ବିପ୍ଳବ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦ତାରିଖରେ ବିପ୍ଳବକୁ ସଫଳତା ମିଳିଥିଲା । ପଖାଳ ସହ ସେଲ୍ଫି ସୋସିଆଲ ମିଡିଆରେ ବେଶ ପପୁଲାର ହୋଇଥିଲା । ସେମାନଙ୍କର ପୋଷ୍ଟ କୁ ଦେଖି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଶିଳ୍ପ ମଧ୍ୟରେ ଏହାର ପ୍ରଚାର ପ୍ରସାର କରିଥିଲେ । ଧୀରେ ଧୀରେ ଏହି ବିପ୍ଳବ ପୁରା ବିଶ୍ୱକୁ ଛୁଇଁଥିଲା । ଯାହା ଫଳରେ ଆଉ ଆମେ ସମସ୍ତେ ଏବେ ମାର୍ଚ୍ଚ ୨୦ କୁ ପଖାଳ ଦିବସ ରୂପେ ପାଳନ କରୁଛେ ।

ଯାହା ଆଜି କେବଳ ରୋଷେଇ ଶାଳରେ ନାହିଁ ହୋଟେଲ ର ମେନୁରେ ବି ପରଷା ଯାଉଛି । କେବଳ ଓଡ଼ିଆ ନୁହେଁ ଏହି ଦିବସରେ ଭାରତର ବାହାରେ ମଧ୍ୟ ଲୋକମାନେ ପାଳନ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟପତି ସମସ୍ତେ ବର୍ତ୍ତମାନ ଏହି ପଖାଳ ଦିବସରେ ପଖାଳ ଖାଇବା ସହ ନିଜ ସଂସ୍କୃତି ଓ ପରମ୍ପରାର ସହ ଜଡିତ ଏହି ପ୍ରିୟ ଖାଦ୍ୟର ପ୍ରଚାରପ୍ରସାର କରିଥାନ୍ତି । ଏହାକୁ ନେଇ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ବେଶ ଖୁସି ହୋଇଛନ୍ତି । ନିଜ ମାଟି ମାତୃକାର ଭଲ ପାଇବାକୁ ନେଇ ବିଶ୍ବରେ ପହଂଚାଇଥିବାରୁ ପଖାଳରେ ବିପ୍ଳବ ସହ ଜଡିତ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details