ଭୁବନେଶ୍ବର: କିନ୍ନରଙ୍କ ଲୁଟର ହାଇଟେକ ଫଣ୍ଡା । ନିଜକୁ ରାଜନେତାଙ୍କ ପିଏ କହି ବ୍ୟବସାୟୀଙ୍କୁ ଲଗାଉଥିଲେ ଚୁନା । ହେଲେ ଏହାର ପର୍ଦ୍ଦାଫାସ ହେବାପରେ ଗିରଫ ହୋଇଛି କିନ୍ନର ସୌମ୍ୟ ଓ ମନୀଷା । ମୋଟ୍ ୩୧ ହଜାର ୫୦୦ ଟଙ୍କା ଠକେଇ ଅଭିଯୋଗରେ କିନ୍ନରକୁ ଗିରଫ କରିଛି ସାଇବର ଥାନା ପୋଲିସ । ଗିରଫ କିନ୍ନର ଜଣକ ହେଲେ ସୌମ୍ୟ ରଞ୍ଜନ ପ୍ରଧାନ ଓରଫ୍ ମନୀଷା । ଏହି ଘଟଣାରେ ପୋଲିସ କିନ୍ନର ସହ ତାର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି । ସେମାନେ ହେଲେ ତୁଷୁରାକାନ୍ତ ବାଈ ଓ ସୁନୀଲ ସାମନ୍ତରାୟ ।
ସୁନୀଲଙ୍କ ନାଁରେ ପୂର୍ବରୁ ଭୁବନେଶ୍ୱରରେ ୩ଟି, ବ୍ରହ୍ମପୁରରେ ୨, ସମ୍ବଲପୁର ୨ ଓ ଅନୁଗୁଳରେ ଗୋଟିଏ ମାମଲା ରୁଜୁ ହୋଇଛି l ସୂଚନାନୁଯାୟୀ ସୌମ୍ୟ ବିକାଶ ସେହେଗିଲ ନାମକ ଜଣେ ବ୍ୟବସାୟୀଙ୍କୁ ଜଣେ ପ୍ରତିଷ୍ଠିତ ମନ୍ତ୍ରୀଙ୍କ ପିଏ କହି ଫୋନ କରିଥିଲେ । ମନ୍ତ୍ରୀଙ୍କ ଘରେ ହୋମ ଯଜ୍ଞ ହେବ କହି ବ୍ୟବସାୟୀଙ୍କୁ କହିଥିଲେ । ଏନେଇ ଯଜ୍ଞରେ କିଛି ସାମଗ୍ରୀ ଲାଗିବ । ଏ ବାବଦରେ ତାଙ୍କ ଠାରୁ ୩୧୫୦୦ ଟଙ୍କା ଫୋନ ପେ ମାଧ୍ୟମରେ ନେଇଯାଇଥିଲେ ।
ସେହିପରି ସମାନ ଢଙ୍ଗରେ ଏହି ତିନି ଅଭିଯୁକ୍ତ ୩ଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ କରିବା ପରେ ସାଇବର ଥାନା ପୋଲିସ ୩ ଜଣକୁ ଗିରଫ କରିଛି । ଏହାକୁ ନେଇ ମନୀଷା କିନ୍ନରର ମାରାତ୍ମକ କାହାଣୀ ସାମ୍ନାକୁ ଆସିଛି । ଦିନରେ ବସନ୍ତ ରାତିରେ ବାସନ୍ତୀ । ଦିନରେ ଲୋକ ମାନଙ୍କୁ ଠକେଇ କରୁଥିଲା ଆଉ ରାତିରେ ରାସ୍ତାରେ ମନୀଷା ଛିଡା ହୋଇ ଖୋଜୁଥିଲା ଗ୍ରାହକ ।