ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବାସଗୃହ ସମ୍ମୁଖରେ କିଡନୀ ରୋଗୀଙ୍କ ଧାରଣା ୧୩ ଦିନରେ ପହଞ୍ଚିଛି । ଧାରଣା ୧୩ ଦିନରେ ପହଞ୍ଚିବା ସତ୍ତ୍ବେ ସେମାନଙ୍କ ଦାବି ପୂରଣ ନହେବାରୁ ରାଜଭବନ-ଏଜି ରାସ୍ତା ଅବରୋଧ କରିଛନ୍ତି କିଡନୀ ରୋଗୀ । ଉଭୟ ପାର୍ଶ୍ଵ ରାସ୍ତା ଅବରୋଧ ହେବା ଫଳରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ଉନ୍ନତ ମାନର ଔଷଧ ଦାବିରେ ୧୩ ଦିନ ଧାରଣାରେ ବସିଛନ୍ତି କିଡନୀ ରୋଗୀ ।
ଉନ୍ନତ ମାନର ଔଷଧ ଯୋଗାଣ ଦାବିରେ ଧାରଣାରେ କିଡନୀ ରୋଗୀ । ସମସ୍ୟାର ସମାଧାନ ପାଇଁ କେତେବେଳେ ମନ୍ତ୍ରୀ ତ କେତେବେଳେ ବିଭାଗୀୟ ସଚିବ କିଡନୀ ରୋଗୀଙ୍କ ସହ ଆଲୋଚନା କରୁଥିଲେ ବି ବାହାରି ପାରିନି ସମାଧାନର ବାଟ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ଧାରଣା ଦେବା ସହ ରୋଷେଇ କରି ଖାଉଛନ୍ତି କିଡନୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ସେମାନଙ୍କ ଅଭିଯୋଗ ଅନୁସାରେ, ଲୋୟର ପିଏମଜିରେ ୯୮ ଦିନ ଧାରଣାରେ ବସିବା ପରେ ସରକାର ସେମାନଙ୍କୁ ମାଗଣାରେ ଉନ୍ନତ ଔଷଧ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଅକ୍ଟୋବର ମାସରେ ଗୋଟିଏ ଥର SCB ମେଡିକାଲ କଲେଜ ପକ୍ଷରୁ ଔଷଧ ଯୋଗାଇ ଦିଆଗଲା ।