ଖୋର୍ଦ୍ଧା:ମହଙ୍ଗା ପଡ଼ିଲା ବିନା କାଗଜପତ୍ରରେ ହାଇୱା ଚଲାଇବା । ବିନା ଇନ୍ସୁରାନ୍ସ ଫିଟନେସ ଓ ପଲ୍ୟୁସନ ଟେଷ୍ଟରେ ଯାଉଥିବା ହାଇୱା ଗାଡ଼ିରୁ 1ଲକ୍ଷ 9ହଜାର 250 ଟଙ୍କା ଚାଲାଣ କାଟିଲା ପରିବହନ ବିଭାଗ । ଆଜି (ଶନିବାର) ଭୁବନେଶ୍ୱର ରାଜ୍ୟ ପରିବହନ ବିଭାଗ କର୍ମଚାରୀ ଓ ବେଗୁନିଆ ପୋଲିସ ବଡ଼ବେରଣାଠାରେ ମିଳିତ ଭାବେ ଗାଡି ମୋଟର ଯାଞ୍ଚ କରାଯାଇଥିଲା । ହେଲମେଟ, ଡ୍ରାଇଭିଂ ଲାଇସେନ୍ସ,, ଗାଡି କାଗଜପତ୍ର, ସିଟବେଲ୍ଟ ଆଦି ଯାଞ୍ଚ କରାଯାଇ 30ଟି ଗାଡିରୁ ମୋଟ 3ଲକ୍ଷ 40ହଜାର 250ଟଙ୍କା ଚାଲାଣ କଟାଯାଇଛି ।
ବିନା କାଗଜପତ୍ରରେ ଚାଲୁଥିଲା ହାଇୱା, କଟିଲା ଏକ ଲକ୍ଷ 9ହଜାର ଚାଲାଣ - ରାଜ୍ୟ ପରିବହନ ବିଭାଗର ଚଢ଼ାଉ
ଆକ୍ସନ ମୋଡ଼ରେ ରାଜ୍ୟ ପରିବହନ ବିଭାଗ କର୍ମଚାରୀ । ବଡ଼ବେରଣାଠାରେ ବେଗୁନିଆ ପୋଲିସ ଏବଂ ପରିବହନ ବିଭାଗର ମିଳିତ ଚଢ଼ାଉ । ବିନା ଇନ୍ସୁରାନ୍ସ ଫିଟନେସ ଓ ପଲ୍ୟୁସନ ଟେଷ୍ଟରେ ଯାଉଥିବା ହାଇୱା ଗାଡ଼ିରୁ 1ଲକ୍ଷ 9ହଜାର 250 ଟଙ୍କା ଚାଲାଣ କାଟିଲା ପରିବହନ ବିଭାଗ । ଅଧିକ ପଢ଼ନ୍ତୁ
ବିନା କାଗଜପତ୍ରରେ ଚାଲୁଥିଲା ହାଇୱା, କଟିଲା 1ଲକ୍ଷ 9ହଜାର ଚାଲାଣ
ବିନା ଟାକ୍ସ ଜମାକରି ପଶ୍ଚିମବଙ୍ଗ ନମ୍ବରରେ ଓଡ଼ିଶା ଭିତରେ ଯାଉଥିବା ଏକ JCB ଉପରେ 46 ହଜାର ଟଙ୍କାର ଚାଲାଣ କାଟିଛି ପରିବହନ ବିଭାଗ । ସେହିପରି 4ଟି ଲାଇସେନ୍ସକୁ ସସପେଣ୍ଡ କରାଯାଇଥିବା ପରିବହନ ବିଭାଗର ଟ୍ରାଫିକ ଇନସ୍ପେକ୍ଟର ରଞ୍ଜନ କୁମାର ଦୋରା ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା