ଓଡିଶା

odisha

ETV Bharat / state

ଖୋର୍ଦ୍ଧାରେ ଆଜାଦୀ କି ରେଳଗାଡି ଓ ଷ୍ଟେସନ ସପ୍ତାହ ପାଳନ - india railway celebrating azadi ka rail gadi aur station

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ପୂର୍ବତଟ ରେଳବାଇ ପକ୍ଷରୁ 'ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ' ସପ୍ତାହ ପାଳନ ହେଉଛି । ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ରେଳପଥ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ଆଜାଦୀ କି ରେଳଗାଡି ଓ ଷ୍ଟେସନ ସପ୍ତାହ ପାଳନ
ଖୋର୍ଦ୍ଧାରେ ଆଜାଦୀ କି ରେଳଗାଡି ଓ ଷ୍ଟେସନ ସପ୍ତାହ ପାଳନ

By

Published : Jul 19, 2022, 1:53 PM IST

ଖୋର୍ଦ୍ଧା:ଭାରତୀୟ ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ପୂର୍ବତଟ ରେଳବାଇ ପକ୍ଷରୁ ଜୁଲାଇ ମାସ 18 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ 'ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ' ସପ୍ତାହ ପାଳନ କରାଯାଉଛି । ରେଳପଥ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ଦ୍ବାରା ଖୋର୍ଦ୍ଧା ରୋଡ଼ ଷ୍ଟେସନ ଠାରେ ଏକ ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଛି । ସ୍ବାଧୀନତା ସଂଗ୍ରାମ ସହିତ ଜଡିତ ଥିବା ପୂର୍ବତଟ ରେଳପଥର ପାଞ୍ଚଟି ଷ୍ଟେସନ୍ ସାମିଲ ହୋଇଛି । ଏହି ଷ୍ଟେସନଗୁଡିକ ହେଉଛି ଖୋର୍ଦ୍ଧା ରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଏବଂ ବିଶାଖାପାଟନମ୍ । ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ରେଳବାଇ ପକ୍ଷରୁ ହାତକୁ ନିଆଯାଇଛି ।

ଖୋର୍ଦ୍ଧାରେ ଆଜାଦୀ କି ରେଳଗାଡି ଓ ଷ୍ଟେସନ ସପ୍ତାହ ପାଳନ

ସ୍ବାଧୀନତା ସଂଗ୍ରାମର ବିଶାଳ ଐତିହାସିକ ପାଇକ ବିଦ୍ରୋହ ଏବଂ ଖୋର୍ଦ୍ଧା ଅଞ୍ଚଳର ଇତିହାସକୁ ମଣ୍ଡନ କରୁଥିବା ଏକ ପ୍ରଦର୍ଶନୀକୁ ଶ୍ରୀବାସ୍ତବ ଉଦଘାଟନ କରିଛନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସର ସ୍ବେଚ୍ଛାସେବୀମାନେ ଏକ ପଥପ୍ରାନ୍ତ ନାଟକ ନାଟକ ପରିବେଷଣ କରିଥିଲେ । ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶର ସମସ୍ତ ରେଳବାଇ ଜୋନ ଓ ରେଳ ମଣ୍ଡଳ ଦ୍ବାରା ଆୟୋଜିତ ଦେଶବ୍ୟାପୀ ସ୍ମରଣୀୟ 'ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ' ସପ୍ତାହ ପାଳନ ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ । ତଦନୁସାରେ ସ୍ବାଧୀନତା ସଂଗ୍ରାମ ସହିତ ଜଡିତ ଥିବା ଦେଶର 75ଟି ରେଳ ଷ୍ଟେସନକୁ ମନୋନୀତ କରାଯାଇଅଛି, ଯେଉଁଠାରେ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ ଆଧାରରେ ଉପରୋକ୍ତ ଷ୍ଟେସନଗୁଡିକରେ ଏହି ସ୍ମରଣୀୟ ସପ୍ତାହ ପାଳନ କରାଯିବ ।

ସମଗ୍ର ଦେଶରେ ମନୋନୀତ ଷ୍ଟେସନଗୁଡିକ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ପାଞ୍ଚଟି ଷ୍ଟେସନ୍ ମନୋନୀତ ହୋଇଛି । ସମସ୍ତ ମନୋନୀତ ଷ୍ଟେସନଗୁଡିକୁ ସପ୍ତାହବ୍ୟାପୀ ରଙ୍ଗୀନ ଆଲୋକରେ ସୁସଜ୍ଜିତ କରାଯାଇ ଆଲୋକିକରଣ କରାଯିବ । ଏହି ସମୟ ମଧ୍ୟରେ ଐତିହାସିକ ବିଷୟବସ୍ତୁକୁ ଆଧାର କରି ଷ୍ଟେସନମାନଙ୍କରେ ଡିଜିଟାଲ୍ ସ୍କ୍ରିନ୍ ମାଧ୍ୟମରେ ପ୍ରଦର୍ଶିତ କରାଯିବ । ସ୍ମରଣୀୟ 'ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ' ସପ୍ତାହ ଉତ୍ସବକୁ ପାଳନ କରିବା ପାଇଁ ଉପରୋକ୍ତ ଷ୍ଟେସନରେ ଦେଶଭକ୍ତି ଗୀତ, ସ୍ଥାନୀୟ ଭାଷାରେ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯିବ । ଷ୍ଟେସନ୍ ସମ୍ବନ୍ଧରେ କିମ୍ବା ଷ୍ଟେସନର ଇତିହାସ ସମ୍ବନ୍ଧରେ ସ୍ବତନ୍ତ୍ର ବ୍ରାଣ୍ଡିଂ କରାଯିବ । ପୂର୍ବତଟ ରେଳପଥ ମଧ୍ୟରେ ମନୋନୀତ ଷ୍ଟେସନଗୁଡିକ ହେଉଛି ଖୋର୍ଦ୍ଧା ରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଏବଂ ବିଶାଖାପାଟନମ୍ ।

ଉଦଯାପନୀ ଦିବସରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇ ସେମାନଙ୍କ ଠାରୁ ସେମାନଙ୍କର ପରିବାରର ସ୍ବାଧୀନତା ସଂଗ୍ରାମ ସହିତ ଜଡିତ ଥିବା କାହାଣୀକୁ ବଖାଣିବାକୁ ଅନୁରୋଧ କରାଯିବ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ, ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ତୁଷାରକାନ୍ତି ମଣ୍ଡଳ, ପ୍ରମୁଖ ଯନ୍ତ୍ରୀ ଏନ. ଏସ. ଉଇକେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details