ଓଡିଶା

odisha

ETV Bharat / state

ନାଁକୁ ମାତ୍ର ଖୋର୍ଦ୍ଧାର ଏହି ସ୍ବାସ୍ଥ୍ୟ କେନ୍ଦ୍ର, ଅସୁବିଧାରେ ରୋଗୀ - 16ନଂ ଜାତୀୟ ରାଜପଥ

ଏମିତି ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଯେଉଁଠାରେ ନାହିଁ ଚିକିତ୍ସାର କୌଣସି ସୁବିଧା । ଡାକ୍ତରଙ୍କ ବଦଳେ ରୋଗୀ ଚିକିତ୍ସା କରୁଛନ୍ତି ଜଣେ ଫାର୍ମାସିଷ୍ଟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Aug 4, 2019, 2:33 AM IST

ଖୋର୍ଦ୍ଧା: ମେଡିକାଲ ତ ଅଛି ହେଲେ ନାହାଁନ୍ତି ଡାକ୍ତର । ରୋଗୀ ଅଛନ୍ତି ହେଲେ ନାହିଁ ସଠିକ ଚିକିତ୍ସା ବ୍ୟବସ୍ଥା । ଏପରି ନାହିଁ ନଥିବା ଅସୁବିଧା ଘେରରେ ଜିଲ୍ଲା ବାଣପୁର ବ୍ଲକ ସୁନାଖଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏହି ସ୍ବାସ୍ଥ୍ୟ କେନ୍ଦ୍ର 35 ବର୍ଷ ପୁରୁଣା ହୋଇଥିବା ବେଳେ ଏହା ଉପରେ 50ରୁ 60 ଗ୍ରାମବାସୀ ନିର୍ଭର କରନ୍ତି । କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ସୁବିଧା ନଥିବାରୁ ସଠିକ ରୂପେ ଚିକିତ୍ସିତ ହେଉପାରୁନାହାଁନ୍ତି ରୋଗୀ ।

16ନଂ ଜାତୀୟ ରାଜପଥରେ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ଆଉ ଆହତମାନଙ୍କ ପ୍ରାଥମିକ ଚିକିତ୍ସା ପାଇଁ ମଧ୍ଯ ଏଠାରେ କୌଣସି ସୁବିଧା ମିଳୁନାହିଁ ।

ସବୁଠାରୁ ମୁଖ୍ୟ କଥା ହେଲା କି ନାଁକୁ ମାତ୍ର ଏହି ସ୍ବାସ୍ଥ୍ୟ କେନ୍ଦ୍ର । ଏଠାରେ ଡାକ୍ତରଙ୍କ ଦେଖା ସାକ୍ଷାତ କେବେ ମିଳୁନାହିଁ । ସେପଟେ ରୋଗୀଙ୍କ ସ୍ବାସ୍ଥ ପରୀକ୍ଷା କରୁଛନ୍ତି ଜଣେ ଫାର୍ମାସିଷ୍ଟ । ଏଠାରେ ଲୋକମାନଙ୍କ ପାଇଁ ମେଡିକାଲ ତ ଅଛି ହେଲେ ନାହାଁନ୍ତି ଆବଶ୍ୟକୀୟ କର୍ମଚାରୀ ।

ତେବେ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ସହ ଅଧିକା କର୍ମଚାରୀଙ୍କ ନିଯୁକ୍ତି ଏବଂ ଏହାର ମରାମତି ପାଇଁ ସାଧାରଣରେ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details