ଖୋର୍ଦ୍ଧା: କୋରୋନା ସହାୟତା ପାଇଁ ଆଗେଇ ଆସିଛନ୍ତି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ତଥା ବେସରକାରୀ ଅନୁଷ୍ଠାନର କର୍ମଚାରୀମାନେ । ଶନିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ଦାନ କରିଛନ୍ତି ଏହି ଅଧିକାରୀମାନେ । ଏନେଇ ରିଲିଫ ପାଣ୍ଠିକୁ 1 କୋଟି ଟଙ୍କାର ଏକ ଚେକ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଶାସନିକ ସେବା ଅଧିକାରୀଙ୍କ 1 କୋଟି ଦାନ
କୋରୋନା ସହାୟତା ପାଇଁ ଆଗେଇ ଆସିଛନ୍ତି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ତଥା ବେସରକାରୀ ଅନୁଷ୍ଠାନର କର୍ମଚାରୀମାନେ । ଶନିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗୋଟିଏ ଦିନର ଦରମା ଦାନ କରିଛନ୍ତି ଏହି ଅଧିକାରୀମାନେ ।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଶାସନିକ ସେବା ଅଧିକାରୀଙ୍କ 1 କୋଟି ଦାନ
ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲାପାଳ ସୀତାଂଶୁ କୁମାର ରାଉତ ଏବଂ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ଏହି ଅର୍ଥ ରାଶି ଦାନ କରିଛନ୍ତି । ଏହି କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଜିଲ୍ଲାରେ କାର୍ଯ୍ୟରତ ଅନ୍ୟ ଅଧିକାରୀମାନେ ମଧ୍ୟ ସେମାନଙ୍କର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ