ଖୋର୍ଦ୍ଧା: ଗତ ନଭେମ୍ବର 30 ତାରିଖ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ବେଗୁନିଆ ଥାନାର କାର୍ଯ୍ୟରତ ଏ.ଏସ.ଆଇ ସନାତନ ମଲ୍ଲିକଙ୍କୁ ରବିବାର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଖୋର୍ଦ୍ଧା ଏସପି, ଏସଡିପିଓ, ଚାରୋଟି ଥାନାର ଥାନା ଅଧିକାରୀ ବେଗୁନିଆ ଥାନା ପରିସରରେ ଏକ ସଭା ଅନୁଷ୍ଠିତ କରି ଏହି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।
ବେଗୁନିଆ ବ୍ଲକର 21ଟି ପଞ୍ଚାୟତର ଲୋକ, ପ୍ରତିନିଧି ସହିତ ବୁଦ୍ଧିଜୀବୀ ସଭାରେ ଉପସ୍ଥିତ ରହି ଦିବଙ୍ଗତ ମଲ୍ଲିକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ଏହି ସଭାରେ ଜଗତସିଂହପୁର ଜିଲ୍ଲାରୁ ମଲ୍ଲିକଙ୍କ ପୁଅ ଝିଅ ଓ ଧର୍ମପତ୍ନୀ ବେଗୁନିଆ ଥାନା ଅଧିକାରୀଙ୍କ ଅନୁରୋଧ କ୍ରମେ ଆସି ସଭାରେ ଉପସ୍ଥିତ ରହିଥିଲେ ।