ଖୋର୍ଦ୍ଧା: ମୁଣ୍ଡିଆ ମାରି କୋରୋନା ନିୟମ ପାଳନ କରିବାକୁ ନିବେଦନ କଲେ ଖୋର୍ଦ୍ଧା ଜିଲ୍ଲାର ଜଣେ ସରପଞ୍ଚ । ଦେଶ ତଥା ରାଜ୍ୟରେ ଦିନ କୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହା ଉପରେ ରୋକ୍ ଲଗାଇବା ପାଇଁ ମୁଖ୍ୟ ଉପାୟ ହେଉଛି ସଚେତନତା ଅବଲମ୍ବନ କରିବା । ତେଣୁ ସରପଞ୍ଚ ଜଣକ ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।
ମୁଣ୍ଡିଆ ମାରି କୋରୋନା ନିୟମ ମାନିବାକୁ ନିବେଦନ କଲେ ସରପଞ୍ଚ - କୋରୋନା ସଚେତନ କରୁଛନ୍ତି ସରପଞ୍ଚ
ମୁଣ୍ଡିଆ ମାରି, ମାସ୍କ ବାଣ୍ଟି ଲୋକଙ୍କୁ କୋରୋନା ସଚେତନତାର ବାର୍ତ୍ତା ବାଣ୍ଟିଲେ ଖୋର୍ଦ୍ଧାର ଜଣେ ସରପଞ୍ଚ । ଅଧିକ ପଢନ୍ତୁ...
ମୁଣ୍ଡିଆ ମାରି କୋରୋନା ନିୟମ ମାନିବାକୁ ନିବେଦନ କଲେ ସରପଞ୍ଚ
ସିମର ଗ୍ରାମ ପଞ୍ଚାୟତ ସରପଞ୍ଚ ସରୋଜିନୀ ଖୁଣ୍ଟିଆ ନିଜ ପଞ୍ଚାୟତରେ ଆରମ୍ଭ କରିଛନ୍ତି ନିଆରା ସଚେତନତା ଅଭିଯାନ । ଗାଁର କାନ୍ଥଗୁଡିକରେ ସଚେତନତା ପୋଷ୍ଟର ମାରିବା ସହ ଲୋକଙ୍କୁ ମାସ୍କ ବାଣ୍ଟି ସଚେତନ ରହିବାକୁ ଅନୁରୋଧ କରିଛନ୍ତି । ସେହିଭଳି ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି ସେମାନଙ୍କୁ ମୁଣ୍ଡିଆ ମାରି କୋରୋନା ନିୟମ ପାଳନ କରିବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଛି । ମହିଳା ସରପଞ୍ଚ ସରୋଜିନୀ ଖୁଣ୍ଟିଆଙ୍କ ଏଭଳି ପ୍ରୟାସକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ