ଓଡିଶା

odisha

ETV Bharat / state

ପୋଲିସ ବାବୁଙ୍କ ଚାନ୍ଦା ଆଦାୟ, ଭିଡିଓ ଭାଇରଲ - ସାଧା ପୋଷାକରେ ପୋଲିସ

ଜାତୀୟ ରାଜପଥରେ ପୋଲିସ ସାଧା ପୋଷାକରେ ଗାଡିରୁ ଚାନ୍ଦା ଆଦାୟ କରି ଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଦେବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୋଲିସ ବାବୁ ଗାଡି ଅଟକାଇ ଚାନ୍ଦା ମାଗିବା ଭିଡିଓ ଭାଇରଲ
ପୋଲିସ ବାବୁ ଗାଡି ଅଟକାଇ ଚାନ୍ଦା ମାଗିବା ଭିଡିଓ ଭାଇରଲ

By

Published : Jul 25, 2020, 2:27 PM IST

ଖୋର୍ଦ୍ଧା: ବର୍ତ୍ତମାନ ପୋଲିସକୁ କୋରୋନା ଯୋଦ୍ଧା ରୂପେ ସରକାର ସମ୍ମାନ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ପୋଲିସ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଜିଲ୍ଲାର ଏସପି କାର୍ଯ୍ୟାଳୟ ଠାରୁ ଟାଉନଥାନା ପର୍ଯ୍ୟନ୍ତ ସବୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଜନସାଧାରଣଙ୍କୁ ପୋଲିସ ସେବା ଏକ ପ୍ରକାର ବନ୍ଦ ହୋଇଯାଇଛି। କିନ୍ତୁ ଜାତୀୟ ରାଜପଥରେ ପୋଲିସ ସାଧା ପୋଷାକରେ ଗାଡିରୁ ଚାନ୍ଦା ଆଦାୟ କରି ଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଦେବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପୋଲିସ ବାବୁ ଗାଡି ଅଟକାଇ ଚାନ୍ଦା ମାଗିବା ଭିଡିଓ ଭାଇରଲ

ଗତ 23 ତାରିଖ ରାତିରେ ଜଣେ ପୋଲିସ ସାଧା ପୋଷାକରେ ବାଲିଗାଡି ଅଟକାଇ ଚାନ୍ଦା ଆଦାୟ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚାନ୍ଦା ଦେବାକୁ ଗାଡିଚାଳକ ବିରୋଧ କରିବାରୁ ଉପରିସ୍ଥ ଅଧିକାରୀଙ୍କୁ ଡାକିଥିଲେ । କୋଭିଡ ପାଇଁ ବ୍ୟବହୃତ ପୋଲିସ ଗାଡିରେ ଆସି ଅଧିକାରୀ ମଧ୍ୟ ଲୋକଙ୍କ ବିରୁଦ୍ଧର ସମ୍ମୁଖିନ ହୋଇଥିଲେ। ଏହି ଘଟଣାର ଭିଡିଓ କ୍ଲିପ ଭାଇରାଲ ହୋଇ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଘଟଣା ସମ୍ପର୍କରେ ଖୋର୍ଦ୍ଧା ଏସପି ତଦନ୍ତ କରି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details