ଖୋର୍ଦ୍ଧା: ଅପମିଶ୍ରିତ ଖାଦ୍ୟ, ବାସି ଖାଦ୍ୟ ଓ ଖାଦ୍ୟ ପ୍ରସ୍ତୁତ ସ୍ଥାନରେ ପରିଚ୍ଛନ୍ନତା ନେଇ ଖୋର୍ଦ୍ଧା ମ୍ୟୁନସିପାଲିଟି ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ ଖୋର୍ଦ୍ଧା ସହରର ଅନେକ ସ୍ଥାନରେ ଚଢାଉ କରିଛି । ବିଭିନ୍ନ ହୋଟେଲ, ଜଳଖିଆ ଦୋକାନ ଓ ସୁଇଟ ଷ୍ଟଲଗୁଡିକୁ ଯାଞ୍ଚ କରାଯାଇଛି । ଯାହାକୁ ନେଇ ଦୋକନୀଙ୍କ ମଧ୍ୟରେ ଭୟର ବାତବରଣ ସୃଷ୍ଟି ହୋଇଛି ।
ଖୋର୍ଦ୍ଧାରେ ଖାଦ୍ୟର ଗୁଣବତ୍ତା ଯାଞ୍ଚ, ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ାଉ
ଅପମିଶ୍ରିତ ତଥା ନିମ୍ନମାନର ଖାଦ୍ୟପଦାର୍ଥ ବିକ୍ରୟ ରୋକିବାକୁ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଚଢାଉ । ଦୋକାନୀଙ୍କ ତାଗିଦ କରାଯିବା ସହ କରାଯାଉଛି ସଚେତନ । ଅଧିକ ପଢନ୍ତୁ...
ଖାଦ୍ୟର ଗୁଣବତ୍ତା ଯାଞ୍ଚ ନେଇ ହୋଟେଲ ଓ ଜଳଖିଆ ଦୋକାନରେ ଚଢ଼ାଉ
ଖାଦ୍ୟ ପ୍ରସ୍ତୁତସ୍ଥଳ, ବ୍ୟବହାର ପାତ୍ର, ଫ୍ରିଜ ଭିତରେ ଥିବା ମସଲା ଓ ସସ୍ ଆଦିକୁ ଯାଞ୍ଚ କରିଛି ଟିମ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ଦୋକାନୀଙ୍କୁ ତାଗିଦ କରାଯିବା ସହ ସଚେତନ କରାଯାଉଛି । ପରବର୍ତ୍ତୀ ସମୟରେ ଏଥିରେ କିଛି ବ୍ୟତିକ୍ରମ ଦେଖାଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ କେବଳ ଫାଇନ ଆଦାୟ ଚାଲିଛି ବୋଲି ଖାଦ୍ୟ ନିରାପତ୍ତା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଖାଦ୍ୟ ଗୁଣବତ୍ତା ଯାଞ୍ଚ ନେଇ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ