ଓଡିଶା

odisha

ETV Bharat / state

ଭଗବାନଙ୍କ ଭରସାରେ ରୋଗୀ, ଖୋର୍ଦ୍ଧା ଜିଲ୍ଲା ହସ୍ପିଟାଲରେ ନାହାନ୍ତି ଡାକ୍ତର

ରାଜ୍ୟରେ ଲାଗିରହିଛି ଡାକ୍ତର ଅଭାବ ସମସ୍ୟା । ସରକାରଙ୍କ ସବୁ ଦମ୍ଭ, ପଦକ୍ଷେପ ଫେଲ ମାରୁଛି । ସରକାରୀ ହସପିଟାଲରେ ନାହାନ୍ତି ଡାକ୍ତର । ସ୍ବାସ୍ଥ୍ୟସେବା ନପାଇ ଅକାରଣରେ ଯାଉଛି ରୋଗୀଙ୍କ ଜୀବନ ।

By

Published : Aug 1, 2019, 10:02 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ସୁ-ନିଶ୍ଚିତ କରିବା ପାଇଁ ସରକାର ଓ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯେମିତି ଉନ୍ନତ ସ୍ବାସ୍ଥ୍ୟସେବାରୁ କେହି ବଞ୍ଚିତ ନହୁଅନ୍ତି ସେଥିପାଇଁ ସରକାର ସବୁ ନିଷ୍ପତି ନେଉଛନ୍ତି । ହେଲେ ସରକାରଙ୍କ ସବୁ ପଦକ୍ଷେପ ଯଥା ପୂର୍ବଂ ତଥା ପରଂ , କାରଣ ରାଜ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗୋଟିଏ ସମସ୍ୟା ହେଉଛି ଡାକ୍ତର ଅଭାବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧଆ

ସାରା ରାଜ୍ୟରେ ଆବଶ୍ୟକ ଡାକ୍ତର ପ୍ରଫେସର ଅଭାବରୁ ଦିନକୁ ଦିନ ପରିସ୍ଥିତି ସଂଗୀନ ହୋଇପଡୁଛି । କେତେବେଳେ ଡାକ୍ତର ଅଭାବରୁ ରୋଗୀ ନିରାଶ ତ କେତେବେଳେ ଉନ୍ନତ ମାନର ଯନ୍ତ୍ରପାତି ଅଭାବରୁ ରୋଗୀ ପଡୁଛନ୍ତି ମୃତ୍ୟୁମୁଖରେ । ଆଉ ରାଜ୍ୟର ଏକ ପ୍ରମୁଖ ଜିଲ୍ଲା ହେଉଛି ଖୋର୍ଦ୍ଧା, ଆଉ ଖୋର୍ଦ୍ଧା ହେଉଛି ରାଜ୍ୟ ରାଜଧାନୀ ଠାରୁ ମାତ୍ର 30କିଲୋମିଟର ଦୂର । ହେଲେ ଏହି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟରେ ଏବେ ଡାକ୍ତର ମରୁଡି ।


ଖୋର୍ଦ୍ଧା ଜିଲ୍ଲା ମୁଖ୍ୟାଳୟରେ ଅନୁଦାନ ପ୍ରାପ୍ତ ଡାକ୍ତର ସଂଖ୍ୟା ହେଉଛନ୍ତି ମୋଟ 75 ଜଣ ହେଲେ ବର୍ତ୍ତମାନ ଅଛନ୍ତି ମାତ୍ର 32ଜଣ । ପୁଣି ଅଭିଜ୍ଞ ପ୍ରଫେସର ମଧ୍ୟ ନାହାନ୍ତି । ଯାହା ଫଳରେ ଏହି ହସ୍ପିଟାଲ ଉପରେ ନିର୍ଭର କରୁଥିବା ପ୍ରାୟ 2ହଜାର ରୋଗୀ ଭୁବନେଶ୍ବର ଓ କଟକ ଉପରେ ନିର୍ଭର କରୁଛନ୍ତି । ହେଲେ ସମସ୍ତ ରୋଗୀ ଯେ କଟକ ଭୁବନେଶ୍ବର କିମ୍ବା ଘରୋଇ ହସ୍ପିଟାଲକୁ ଯିବା ସମ୍ଭବ ସେଥିପାଇଁ ସାଧାରଣ ଲୋକେ ଭଗବାନ ଭରଷାରେ ପଡିରହୁଛନ୍ତି ।

ଡାକ୍ତର ଅଭାବ ସଂପର୍କରେ ଖୋର୍ଦ୍ଧା ଜିଲ୍ଲା ମେଡିକାଲ ଅଫିସର କହିଛନ୍ତି ଆମେ ସରକାରଙ୍କୁ ବାରମ୍ବାର ଅବଗତ କରୁଛୁ ହେଲେ କୌଣସି ସୁଫଳ ମିଳୁନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details