ଖୋର୍ଦ୍ଧା: ଜିଲ୍ଲାରେ କାୟା ବିସ୍ତାର କରିଚାଲିଛି କୋରୋନା ମହାମାରୀ । ପ୍ରତିଦିନ ଜିଲ୍ଲାରୁ ଶତାଧିକ ଲୋକେ ଏହି ମହାମାରୀ କବଳରେ ପଡୁଛନ୍ତି ଏବଂ ଅନେକ ଜୀବନ ମଧ୍ୟ ହାରୁଛନ୍ତି । ରାଜ୍ୟ ସରକାର ଏଭଳି ସଙ୍କଟ ପରିସ୍ଥିତିରେ ଲକଡାଉନ ଏବଂ ସଟଡାଉନ ଲାଗୁ କରିଥିଲେ ମଧ୍ୟ ଖୋର୍ଦ୍ଧା ଉପଖଣ୍ଡରେ ଏହାକୁ ଅମାନିଆ ମାନେ ଅଣଦେଖା କରୁଥିବା ଦେଖା ଦେଇଛି ।
କୋଭିଡ ଚେନ ଭାଙ୍ଗିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତତ୍ପର: ଜିଲ୍ଲାପାଳ - ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ
ଖୋର୍ଦ୍ଧାରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲେ ମଧ୍ୟ ଅମାନିଆ ନିୟମ ମାନିବାକୁ ନାରାଜ । ଯେପରି ଅଯଥାରେ କେହି ପଦାକୁ ନବାହାରିବେ ସେନେଇ କଠୋର ହୋଇଛି ଜିଲ୍ଲାପ୍ରଶାସନ । ଅଧିକ ପଢନ୍ତୁ...
![କୋଭିଡ ଚେନ ଭାଙ୍ଗିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତତ୍ପର: ଜିଲ୍ଲାପାଳ କୋଭିଡ ଚେନ ଭାଙ୍ଗିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତତ୍ପର: ଜିଲ୍ଲାପାଳ](https://etvbharatimages.akamaized.net/etvbharat/prod-images/768-512-11995990-772-11995990-1622682914703.jpg)
କୋଭିଡ ଚେନ ଭାଙ୍ଗିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତତ୍ପର: ଜିଲ୍ଲାପାଳ
ସେଥିପାଇଁ ଜିଲ୍ଲା ପ୍ରଶାସନ ଅମାନିଆଙ୍କୁ ସାବାଡ୍ କରିବା ପାଇଁ ପୁରା ସଜାଗ ହୋଇଛି । ଦିନ ହେଉ କି ରାତି ରାସ୍ତାରେ ଅମାନିଆଙ୍କ ପାଇଁ ସଜାଗ ରହିଛନ୍ତି ଜିଲ୍ଲାର ବରିଷ୍ଠ ଅଧିକାରୀ । ଗତକାଲି(ବୁଧବାର) ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଲୋକଙ୍କୁ ସଚେତନ କରିବା ସହ ଅମାନିଆଙ୍କ ଠାରୁ ଫାଇନ ଆଦାୟ କରି ଥିବାବେଳେ ରାତିରେ ମଧ୍ୟ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଅମାନିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିବା ଦେଖାଦେଇଛି । ସେପଟେ କୋରୋନା ଚେନକୁ ଭାଙ୍ଗିବା ପାଇଁ ଆମେ ସଦା ତତ୍ପର ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ