ଖୋର୍ଦ୍ଧା: ଟାଙ୍ଗୀ ତହସିଲ ଅଞ୍ଚଳରେ ଦିନକୁ ଦିନ ମାଙ୍କଡା ପଥର ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଏକର ଏକର ମୂଲ୍ୟବାନ ସରକାରୀ ଜମିକୁ ଖୋଳି ନଷ୍ଟଭ୍ରଷ୍ଟ କରି ଦେଉଛନ୍ତି ଖଣି ମାଫିଆ । ଏଥିରେ ରୋକ୍ ଲଗାଇବା ପାଇଁ ଅଣ୍ଟା ଭିଡିଛି ଜିଲା ପ୍ରଶାସନ । ଗୁରୁବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲା ପ୍ରସାଶନ ପକ୍ଷରୁ ଟାଙ୍ଗୀ ତହସିଲର ପାତ୍ରପଡା ମୌଜାରେ ଥିବା ବେଆଇନ ମାଙ୍କଡା ପଥର ଖଣି ଉପରେ ଚଢାଉ କରାଯାଇଛି ।
ବେଆଇନ ମାଙ୍କଡା ଖଣିରେ ଚଢ଼ାଉ: ଖସିଗଲେ ମାଫିଆ, 4 ଗାଡି ଜବତ - ବେଆଇନ ମାଙ୍କଡା ଖଣିରେ ଚଢ଼ାଉ
ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲା ପ୍ରସାଶନ ପକ୍ଷରୁ ଟାଙ୍ଗୀ ତହସିଲର ପାତ୍ରପଡା ମୌଜାରେ ଥିବା ବେଆଇନ ମାଙ୍କଡା ପଥର ଖଣି ଉପରେ ଚଢାଉ କରି ୪ ଟି ମାଙ୍କଡା ପଥର ଗାଡିକୁ ଜବତ କରିଛି ।
ବେଆଇନ ମାଙ୍କଡା ଖଣିରେ ଚଢ଼ାଉ, 4 ଗାଡି ଜବତ
ଚଢାଉ ସମୟରେ ମାଫିଆ ମାନେ ସ୍ଥାନ ଛାଡି ପଳାଇଥିବା ବେଳେ ପ୍ରଶାସନ ୪ ଟି ମାଙ୍କଡା ପଥର ଗାଡିକୁ ଜବତ କରିଛି। ଏହି ଟିମ୍ ରେ ଖୋର୍ଦ୍ଧା ଉପଜିଲାପାଳ ସାନ୍ତନୁ କୁମାର ମହାନ୍ତିଙ୍କ ସହ ବେଗୁନିଆ, ଖୋର୍ଦ୍ଧା ଏବଂ ଟାଙ୍ଗୀ ତହସିଲଦାର ସାମିଲ ହୋଇଥିଲେ। ପ୍ରଶାସନ ଦ୍ବାରା ଗାଡି ଗୁଡିକୁ ଜବତ କରି ଟାଙ୍ଗୀ ତହସିଲଦାରଙ୍କ ଜିମା ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ