ଓଡିଶା

odisha

ETV Bharat / state

ବିଛଣାରେ ବିତୁଛି ଦିନ, ସରକାରୀ ସହାୟତାକୁ ଅପେକ୍ଷା - ଖୋର୍ଦ୍ଧାର ଅସହାୟ ଦାଶରଥୀ

ଦୀର୍ଘଦିନ ଧରି ମେରୁଦଣ୍ଡ ହରାଇ ଶଯ୍ୟାସାୟୀ ହୋଇ ପଡିରହିଛନ୍ତି ଖୋର୍ଦ୍ଧା ଜିଲ୍ଲାର ଦାଶରଥୀ ସାହୁ । ଅପରେସନ ପାଇଁ ସରକାରୀ ସହାୟତା ପାଇଁ ଅନୁରୋଧ କରିଛନ୍ତି ତାଙ୍କ ପରିବାର । ଅଧିକ ପଢନ୍ତୁ...

ବିଛଣାରେ ବିତୁଛି ଦିନ, ସରକାରୀ ସହାୟତାକୁ ଅପେକ୍ଷା
ବିଛଣାରେ ବିତୁଛି ଦିନ, ସରକାରୀ ସହାୟତାକୁ ଅପେକ୍ଷା

By

Published : May 15, 2021, 3:22 PM IST

Updated : May 16, 2021, 11:47 AM IST

ଖୋର୍ଦ୍ଧା: ବେଶ୍ ହସ ଖୁସିରେ ଚାଲିଥିଲା ସଂସାର । 2 ପିଲା ଓ ପତ୍ନୀଙ୍କୁ ନେଇ ସୁରୁଖୁରୁରେ କଟି ଯାଉଥିଲା ଦିନ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗଡମାଣିତ୍ରୀ ଗାଁର ଦାଶରଥି ସାହୁଙ୍କ ପରିବାର । ପ୍ରଥମେ ରାଜ୍ୟ ବାହାରେ ଶ୍ରମିକ ଭାବେ କାମ କରୁଥିଲେ ଦାଶରଥୀ । ସ୍ବାବଲମ୍ବୀ ହେବାର ଇଚ୍ଛା ତାଙ୍କୁ ଗାଁକୁ ଫେରାଇ ଆଣିଥିଲା । ଗାଁରେ ଏକ ଫାଷ୍ଟ ଫୁଡ୍ ଦୋକାନ କରି ବେଶ୍ ଆନନ୍ଦରେ ଚଳୁଥିଲେ ସେ ।

ବିଛଣାରେ ବିତୁଛି ଦିନ, ସରକାରୀ ସହାୟତାକୁ ଅପେକ୍ଷା

ହେଲେ ପ୍ରତିଦିନ ପରି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ 2010 ମସିହା ଜାନୁଆରୀ 11 ତାରିଖରେ ଏକ ଅଜଣା ଗାଡି ଧକ୍କାରେ ଶିକାର ହୁଅନ୍ତି ଦାଶରଥି । ବାସ୍‌ ତା ପରେ ବଦଳି ଯାଏ ତାଙ୍କ ଜୀବନର ମୋଡ । ହସଖୁସିରେ ପୁରି ଉଠିଥିବା ପରିବାର ଟା ଏବେ ସାହାଯ୍ୟ ଅପେକ୍ଷାରେ । ଦୁର୍ଘଟଣାର ଶିକାର ପରେ ଦାଶରଥୀଙ୍କ ମେରୁଦଣ୍ଡରେ ଲାଗିଛି ଗଭୀର ଆଘାତ । ସ୍ବାମୀକୁ ଭଲ କରିବାକୁ ଚେଷ୍ଟା କରିସାରିଲେଣି ପତ୍ନୀ । ତଥାପି ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ । ଡାକ୍ତରଙ୍କ କହିବା ଅନୁଯାୟୀ ମେରୁଦଣ୍ଡରେ ଅପରେସନ ହେଲେ ସେ ସୁସ୍ଥ ହୋଇପାରନ୍ତି ।

ଏଥିପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ । ଏହାରି ମଧ୍ୟରେ ଦାଶରଥୀଙ୍କ ପତ୍ନୀ ଘରେ ସଞ୍ଚିତ ସମ୍ବଳ ଠାରୁ ଆରମ୍ଭ କରି ଗହଣାଗାଣ୍ଠି ସହ ଜମିବାଡି ସର୍ବସ୍ବ ବିକ୍ରି କରି ଏବେ ସରକରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଅନ୍ୟପଟେ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଦାଶରଥୀଙ୍କୁ ଏକ ହ୍ବିଲ ଚେୟାର ପ୍ରଦାନ କରାଯାଇଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ତାଙ୍କ ଆରୋଗ୍ୟ ପାଇଁ ସହାୟତା କରାଯିବ ବୋଲି ବେଗୁନିଆ ବ୍ଲକ ଅତିରିକ୍ତ ବିଡି ପ୍ରତିଶ୍ରୁତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 16, 2021, 11:47 AM IST

ABOUT THE AUTHOR

...view details