ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଗୁନିଆ ତହସିଲଦାରଙ୍କୁ ଚାଷୀଙ୍କ 3 ଦଫା ଦାବିପତ୍ର ପ୍ରଦାନ - ଖୋର୍ଦ୍ଧାରେ ଚାଷୀଙ୍କ ଶୋଭାଯାତ୍ରା

ପ୍ରଥମେ ଚକଡା ପୋକ, ଲଘୁଚାପଜନିତ ଲଗାଣ ବର୍ଷା ଏବଂ ପରେ ବାତ୍ୟା ଉଜାଡି ଦେଇଛି ଚାଷୀଙ୍କ ସୁନାର ଫସଲ । ତୁରନ୍ତ ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଗୁନିଆ ତହସିଲଦାରଙ୍କୁ ଚାଷୀଙ୍କ 3 ଦଫା ଦାବିପତ୍ର ପ୍ରଦାନ
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଗୁନିଆ ତହସିଲଦାରଙ୍କୁ ଚାଷୀଙ୍କ 3 ଦଫା ଦାବିପତ୍ର ପ୍ରଦାନ

By

Published : Dec 29, 2021, 7:36 PM IST

ଖୋର୍ଦ୍ଧା: ଗୋଟିଏ ପରେ ଗୋଟିଏ ବିପଦ ଚାଷୀକୁଳ ଉପରେ ଚଡକ ପକାଇଛି । ଚଳିତ ଖରିଫ ଋତୁରେ ପ୍ରଥମେ ଚକଡ଼ା ପୋକ, ଲଘୁଚାପଜନିତ ଲଗାଣ ବର୍ଷା ଓ ପରେ ବାତ୍ୟା ଜୱାଦରେ ଚାଷୀର ସୁନାର ଫସଲ ନଷ୍ଟ ହୋଇଛି । କିନ୍ତୁ ଏହାର ସଠିକ ଆକଳନ ବୀମା କମ୍ପାନୀ କରୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଗୁନିଆ ତହସିଲଦାରଙ୍କୁ ଚାଷୀଙ୍କ 3 ଦଫା ଦାବିପତ୍ର ପ୍ରଦାନ

ସେଥିପାଇଁ ଚାଷୀର ଯେତିକି ପ୍ରତିଶତ କ୍ଷତି ହୋଇଛି ସେତିକି ଋଣ ଛାଡ, ହେକ୍ଟର ପିଛା ଚାଷୀ ଖର୍ଚ୍ଚ କରିଥିବା 50 ହଜାର ଟଙ୍କା ପ୍ରଦାନ ଦାବିରେ ଆଜି(ବୁଧବାର) ବେଗୁନିଆର ମିନି ଷ୍ଟାଡିଅମ ଠାରେ ଚାଷୀ ଏକାଠି ହୋଇ ଏକ ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେଗୁନିଆ ତହସିଲଦାରଙ୍କୁ 3ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ସେହିପରି ଦାବି ପୂରଣ ନହେଲେ ଆସନ୍ତା 12 ତାରିଖରେ ଖୋର୍ଦ୍ଧା ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details