ଖୋର୍ଦ୍ଧା: କୋରୋନାକୁ ଚେନକୁ ଭାଙ୍ଗିବା ପାଇଁ ସରକାର ଲକଡାଉନ ଓ ସଟଡାଉନ ଜାରି କରିଛନ୍ତି । ମାତ୍ର କିଛି ଅମାନିଆ ବ୍ୟବସାୟୀ ନିୟମକୁ ଫୁ କରି ସେମାନଙ୍କ ବ୍ୟବସାୟ ଚଳାଇଛନ୍ତି । ବିଶେଷକରି ଜଟଣୀ ଅଞ୍ଚଳରେ ଏ ନେଇ ବ୍ୟତିକ୍ରମ ଦେଖାଯାଉଛି ।
ମାନିଲେନି କଟକଣା, ସିଲ ହେଲା ବ୍ୟବସାୟିକ ପ୍ରତିଷ୍ଠାନ - ମାନିଲେନି କଟକଣା
ଲକଡାଉନ ସମୟରେ କିଛି ଅମାନିଆ ବ୍ୟବସାୟୀ ନିୟମକୁ ଫୁ କରି ସେମାନଙ୍କ ବ୍ୟବସାୟ ଚଳାଇଛନ୍ତି । ବିଶେଷକରି ଜଟଣୀ ଅଞ୍ଚଳରେ ଏନେଇ ବ୍ୟତିକ୍ରମ ଦେଖାଯାଉଛି । ଅଧିକ ପଢନ୍ତୁ...
ମାନିଲେନି କଟକଣା : ସିଲ ହେଲା ବ୍ୟବସାୟ ପ୍ରତିଷ୍ଠାନ
ଅମାନିଆ ବ୍ୟବସାୟୀଙ୍କୁ ସାବାଡ କରିବା ପାଇଁ ଆଜି(ଶୁକ୍ରବାର) ଜଟଣୀ ପୋଲିସ ଓ ପ୍ରଶାସନ ପକ୍ଷରୁ ମିଳିତ ଚଢାଉ କରାଯାଇ ରାଜାବଜାର ନିକଟସ୍ଥ ଜ୍ୟୋତି ହାଣ୍ଡଲୁମକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରାଯାଇଛି ।
ସେହିଭଳି ଦୋକାନ ଭିତରେ ଥିବା 10ଜଣ ଗ୍ରାହକଙ୍କ ଠାରୁ 5ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଆଗକୁ ଏଭଳି ଚଢାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ