ଓଡିଶା

odisha

By

Published : Jul 13, 2020, 3:49 PM IST

ETV Bharat / state

ମଦ ଡିପୋରେ ପ୍ରଶାସନର ଚଢାଉ, କୋଭିଡ ନିୟମ ପାଳନ ଲାଗି ତାଗିଦ୍

ମଦ ଡିପୋରେ ଖୋର୍ଦ୍ଧା ପ୍ରଶାସନର ଚଢାଉ । କୋଭିଡ ନିୟମ ପାଳନ ଲାଗି ତାଗିଦ୍ କରିଛି ପ୍ରଶାସନ । ସେପଟେ ମଦ ଡିପୋରେ ମାସ୍କ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଖୋର୍ଦ୍ଧା: କୋରୋନାକୁ ଖାତିର କରୁନାହାଁନ୍ତି ଲୋକେ । କୋରୋନା ପାଇଁ ସରକାର ପକ୍ଷରୁ ଜାରି କରାଯାଇଥିବା କିଛି ଗାଇଡନଲାଇନକୁ ବେଖାତିର କରୁଥିବା ନଜର ଆସିଛି । ଏପରି କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ମଦ ନିଗମ ଡିପୋରେ ଚଢାଉ କରାଯାଇଛି । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ବିଜୟ ସେଠୀଙ୍କ ନେତୃତ୍ଵରେ ଏକ ଟିମ ଡିପୋରେ ଚଢାଉ କରି କୋଭିଡ ଗାଇଡ ଲାଇନ ପାଳନ ଲାଗି ତାଗିଦ୍ କରିଥିଲେ ।

ମଦ ଡିପୋରେ ପ୍ରଶାସନର ଚଢାଉ, କୋଭିଡ ନିୟମ ପାଳନ ଲାଗି ତାଗିଦ୍

ଡିପୋକୁ ମଦ ନେବା ଲାଗି ଆସୁଥିବା ଲୋକଙ୍କୁ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବାରୋପ କରିଥିଲେ । ଅନ୍ୟପଟେ ମଦ ଡିପୋରେ ଖୁଲମଖୁଲା ଭାବେ କୋଭିଡ ଗାଇଡ ଲାଇନକୁ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ଡିପୋ ଉପରେ ଗଞ୍ଜାମ, ପୁରୀ, ନୟାଗଡ ଏବଂ ଅଭିଭକ୍ତ କଟକ ମଦ ବ୍ୟବସାୟୀ ନିର୍ଭରଶୀଳ । ଦୈନିକ ଶହ ଶହ ଟ୍ରକ ବିଭିନ୍ନ ସ୍ଥାନରୁ ଏଠାକୁ ଆସୁଛି। ଏଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରହିଛି । ଗଞ୍ଜାମ ଜିଲ୍ଲାରୁ ବହୁତ ବ୍ୟବସାୟୀ ଆସୁଛନ୍ତି । ଏଣୁ ମଦ ଡିପୋ ସିଲ ଲାଗି କେତେଜଣ ବ୍ୟବସାୟୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details