ଖୋର୍ଦ୍ଧା: ଭଗ୍ନ ଅବସ୍ଥାରେ ବନବିଭାଗ କାର୍ଯ୍ୟାଳୟ । ବେଗୁନିଆ ସିମର ଅଞ୍ଚଳରେ ଥିବା ବନ ବିଭାଗ ଅଫିସ ଛାତ ଯାଏ ମାଡି ଯାଇଛି ଘାସ । ଦେଲେ ଏଥିପ୍ରତି କାହାରି ଦୃଷ୍ଟି ନାହିଁ । ଅଫିସର ଏପରି ଅବସ୍ଥାକୁ ସୁଧାରିବାକୁ ସ୍ଥାନୀୟରେ ଦାବି ହୋଇଛି ।
ସୂଚନାନୁସାରେ, ଗତ ଫନି ବାତ୍ୟା ତାଣ୍ତବରେ ବନ ବିଭାଗ କାର୍ଯ୍ୟାଳୟର ଆଜବେଷ୍ଟସ ଉଡିଯାଇଥିଲା । ଅଫିସ ପରିସର ଜଙ୍ଗଲରେ ପରିଣତ ହୋଇଛି । ଏ ଯାଏଁ ଅଫିସକୁ ବିଦ୍ୟୁତ ସଂଯୋଗ ବି ହୋଇନାହିଁ । ବିଦ୍ୟୁତ ନଥିବାରୁ ସନ୍ଧ୍ୟା ହେଲେ ଲଣ୍ଠନରେ କାମ କରୁଛନ୍ତି କର୍ମଚାରୀ । ସେହିପରି କାର୍ଯ୍ୟାଳୟରେ ବନପାଳଙ୍କୁ ମିଶାଇ ମୋଟ ପାଞ୍ଚ ଜଣ କର୍ମଚାରୀ ରହିବା ସତ୍ତ୍ବେ ଜଣେ ବନପାଳ ଓ ଜଣେ ଗାର୍ଡଙ୍କୁ ନେଇ ଚାଲୁଛି କାର୍ଯ୍ୟାଳୟ ।