ଓଡିଶା

odisha

ETV Bharat / state

କୋରୋନା ଦେଖାଇଲା ବଞ୍ଚିବାର ରାହା; ଅଣ୍ତାଦିଆ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ମମତା - Poultry farming

କୋରୋନା ଶିଖାଇଲା ବଞ୍ଚିବାର ରାହା । ଅଣ୍ତାଦିଆ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହେଲେ ମମତା । ଅଧିକ ପଢନ୍ତୁ...

କୋରୋନା ଦେଖାଇଲା ବଞ୍ଚିବାର ରାହା ; ଅଣ୍ତାଦିଆ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ମମତା
କୋରୋନା ଦେଖାଇଲା ବଞ୍ଚିବାର ରାହା ; ଅଣ୍ତାଦିଆ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ମମତା

By

Published : Oct 29, 2021, 8:59 AM IST

ଖୋର୍ଦ୍ଧା:କୋରୋନା ମହାମାରୀ ପାଇଁ ଚାଲି ଯାଇଛି ଅନେକଙ୍କ ଜୀବିକା । କେତେକ ନିଜ ଭାଗ୍ୟ ଆଦରୀ ଘରେ ହାତ ବାନ୍ଧି ବସିଥିବା ବେଳେ ଆଉ କେତେକଙ୍କୁ କୋରୋନା ମହାମାରୀ ଦେଖାଇଛି ବଞ୍ଚିବାର ରାହା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୌଡ଼ ପାଟଣାର କାହ୍ନୁ ବେହେରା ଓ ତାଙ୍କ ପତ୍ନୀ ମମତା ବେହେରା । ମହାମାରୀ ପାଇଁ ଉଭୟଙ୍କ ଜୀବିକା ବୁଡିଯାଇଥିଲା । ଗାଁକୁ ଆସି କିଛି କାମଧନ୍ଧା ନ ପାଇଁ ଘରେ ବସିଥିଲେ । ଏହି ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଥିଲା ସରକାରଙ୍କ ପ୍ରାଣୀ ସମ୍ପଦ ବିଭାଗ ।

କୋରୋନା ଦେଖାଇଲା ବଞ୍ଚିବାର ରାହା ; ଅଣ୍ତାଦିଆ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ମମତା

3 ଲକ୍ଷ 3 ହଜାର ମିଳିଥିଲା କୋଭିଡ ସହାୟତା । ସହାୟତା ବଳରେ ନିଜ ଜାଗାରେ ମମତା ଆରମ୍ଭ କରିଥିଲେ ଏକ ହଜାର କ୍ଷମତା ବିଶିଷ୍ଟ ଏକ ଅଣ୍ତାଦିଆ କୁକୁଡ଼ା ଫାର୍ମ । ଏହି ଫାର୍ମରୁ ସେ ପ୍ରତିଦିନ ଛଅ ଶହରୁ ସାତ ଶହ ଅଣ୍ଡା ପାଆନ୍ତି । ଏବଂ ତାକୁ ନିକଟସ୍ଥ ବଜାରରେ ବିକ୍ରି କରି ଏବେ ଗୁଜୁରାଣ ମେଣ୍ଟାନ୍ତି । ସେହିପରି ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଅଣ୍ଡା ଉତ୍ପାଦନ ହୋଇପାରୁନଥିବା କାରଣରୁ ବାହାର ରାଜ୍ୟ ଉପରେ ନିର୍ଭର କରୁଛି । ରାଜ୍ୟରେ ଥିବା ବେକାର ଯୁବକ ଯୁବତୀ ଏଭଳି ଫାର୍ମ କରି ସ୍ବାବଲମ୍ବୀ ହୋଇ ପାରିବେ ବୋଲି କହିଛନ୍ତି ମମତା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details