ଖୋର୍ଦ୍ଧା:ସଂପ୍ରତି ସାରା ବିଶ୍ବରେ ହିନ୍ଦୁଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନେଇ ବିଶ୍ବବ୍ୟାପୀ ହିନ୍ଦୁଙ୍କ ମଧ୍ୟରେ ମଧ୍ୟ ତେଜିବାରେ ଲାଗିଛି ଆକ୍ରୋଶ । ହିନ୍ଦୁଙ୍କ ପ୍ରତି ହିଂସାକୁ ନେଇ ଏବେ ବିଶ୍ବ ହିନ୍ଦୁ ପରିଷଦର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି(ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଆଜି ବିଶ୍ବ ହିନ୍ଦୁ ପରିଷଦ ଓ ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟ ଗୈରିକ ପତାକା, ବ୍ୟାନର ଓ ପ୍ଲାକାର୍ଡ ଆଦି ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପରେ ହିନ୍ଦୁ ଜାଗରଣ ମଞ୍ଚର ରାଜ୍ୟ ସଭାପତି ତଥା ଖୋର୍ଦ୍ଧା ବାର ସଂଘର ସଭାପତି ଅଜିତ କୁମାର ପଟ୍ଟନାୟକ ଓ ବିଶ୍ବ ହିନ୍ଦୁ ପରିଷଦର ବସନ୍ତ କୁମାର ଦାଶଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ୫ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।