ନିଶା ମାଫିଆ ହତ୍ୟା ଘଟଣାର ପର୍ଦ୍ଦାଫାସ ଖୋର୍ଦ୍ଧା: ନିଶା ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ପର୍ଦ୍ଦାଫାସ ହୋଇଛି । ହତ୍ୟାକାଣ୍ଡ ସମ୍ପର୍କରେ ଆଜି(ଶୁକ୍ରବାର) ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ପ୍ରଧାନ ସହ 6 ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଦୁଇ ଅଭିଯୁକ୍ତ ସାହିତ୍ୟ ବେହେରା ଓ ରାଜ ଦଳବେହେରାକୁ ପୋଲିସ ଗିରଫ କରିଥିଲା । ଏବେ ମୁଖ୍ୟ ଅଭିଯୁକ୍ତ ସମେତ ମନୋରଞ୍ଜନ ସାହୁ, ସନ୍ତୋଷ ସେଠି, ବଳରାମ ରାଉତରାୟ, ମୃତ୍ୟୁଞ୍ଜୟ ସେଠି ଓ ବିଶ୍ୱେଶ୍ୱର ଷଡ଼ଙ୍ଗୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ 4ଟି ବନ୍ଧୁକ ଓ ମାଗାଜିନ, 11 ରାଉଣ୍ଡ ଗୁଳି, ଦୁଇଟି ଖଣ୍ଡା, 10ଟି ମୋବାଇଲ ଫୋନ, ଦୁଇଟି ବୋଲେରୋ, ଦୁଇଟି ସ୍କର୍ପିଓ ଏବଂ ଗୋଟିଏ କାର ଜବତ କରାଯାଇଛି ।
ଏହାମଧ୍ୟ ପଢନ୍ତୁ: ମହିଳାଙ୍କୁ ନିର୍ମମ ହତ୍ୟା: ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ଛାତିଥରା ଦୃଶ୍ୟ
ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସ୍ପଷ୍ଟ କରିଛନ୍ତି ଏସ୍ପି । ଗତ ଜୁନ୍ 7 ତାରିଖ ରାତିରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏକାକି ଠିଆ ହୋଇଥିବା ବେଳେ ଏକ ପିକ୍ଅପ୍ ଭ୍ଯାନରେ କିଛି ଦୁବୃର୍ତ୍ତ ଆସି ଅତର୍କିତ ଭାବେ ସୋମନାଥଙ୍କୁ 8 ରାଉଣ୍ଡ ଗୁଳିମାଡ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଶେଷରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମନାଥ ଭୁଜବଳଙ୍କ ମୃତ୍ୟୁ ହୋଇଥିଲା । ତେବେ ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ଅଭାବନୀୟ କାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି ।
ଏହାମଧ୍ୟ ପଢନ୍ତୁ: ବିଲକୁ ଯାଇଥିବା ବେଳେ ୭ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
ତେବେ ଏତେ ସଂଖ୍ୟାରେ ବନ୍ଧୁକ କିପରି ଓ କେଉଁଠୁ ଜିଲ୍ଲାକୁ ଆସୁଛି ତାହା ଏବେ ଜିଲ୍ଲା ପୋଲିସର ନିଦ ହଯାଇଛି । ଆଉ ଏଥିପାଇଁ ଏକ ସ୍ଵତନ୍ତ୍ର ଟିମ୍ କରାଯାଇ ବନ୍ଧୁକ ଆସୁଥିବା ଚେନ୍କୁ ଖୁବଶୀଘ୍ର ବନ୍ଦ କରାଯିବ ବୋଲି ଏସ୍ପି କହିଛନ୍ତି । ସେହିପରି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ନାମରେ ବିଭିନ୍ନ ଥାନାରେ 10ରୁ ଊର୍ଦ୍ଧ୍ବ ସଙ୍ଗୀନ ମାମଲା ରହିଥିବା ଏସ୍ପି ସିଦ୍ଧାର୍ଥ କଟାରିଆ କହିଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କୁ 14 ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଜଣାଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ଗୁଳିମାଡ଼ରେ ଆହତ ନିଶା ବେପାରୀ ମୃତ
ଇଟିଭି ଭାରତ ଖୋର୍ଦ୍ଧା