ଓଡିଶା

odisha

By

Published : Sep 9, 2021, 6:49 AM IST

ETV Bharat / state

କୋରୋନାରୁ ମିଳିଲା ଟିକିଏ ମୁକ୍ତି, ଗଣେଷ ପୂଜା ପାଇଁ ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର

ଖୋର୍ଦ୍ଧା ଜିଲ୍ଲା ବିଭିନ୍ନ ଅନୁଷ୍ଠାନରେ ନିରାଡ଼ମ୍ବର ଭାବେ ପାଳିତ ହେବ ଗଣେଷ ପୂଜା । ତେଣୁ, ମୂର୍ତ୍ତି ପାଇଁ ଏବେ ଚାରିଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି । ଅଧିକ ପଢନ୍ତୁ...

ଆସୁଛି ଗଣେଷ ପୂଜା, ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର
ଆସୁଛି ଗଣେଷ ପୂଜା, ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ଖୋର୍ଦ୍ଧା: ଆଉ ଦିନ କେଇଟା ପରେ ଗଣେଷ ପୂଜା । ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେବାରେ ଲାଗିଛି କାରିଗର । କୋରୋନା କଟକଣାରୁ ଟିକେ ମୁକ୍ତି ମିଳିବା ପରେ ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର । ଖୋର୍ଦ୍ଧା ଜିଲା ବିଭିନ୍ନ ଅନୁଷ୍ଠାନରେ ନିରାଡ଼ମ୍ବର ଭାବେ ପାଳିତ ହେବ ଗଣେଷ ପୂଜା । ତେଣୁ, ମୂର୍ତ୍ତି ପାଇଁ ଏବେ ଚାରିଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି ।

ଆସୁଛି ଗଣେଷ ପୂଜା, ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

ଖୋଦ୍ଧା କୋଦୁଅବେରେଣିର କାରିଗରଙ୍କ ହାତକୁ ଏବେ ନିସ୍ତାର ନାହିଁ । କୋଦୁଅବେରେଣିରେ ରହିଛନ୍ତି ଅନେକ ମୁର୍ତ୍ତି କାରିଗର । ଏମାନେ ବିଭିନ୍ନ ପର୍ବ ପର୍ବାଣିରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି କରିଥାନ୍ତି ପ୍ରସ୍ତୁତ । ଲଗାତାର ଦୁଇ ବର୍ଷ ହେବ କୋରୋନା କଟକଣା ପାଇଁ ମୂର୍ତ୍ତି ତିଆରି କମିଥିବା ବେଳେ ଚଳିତ ବର୍ଷ କଟକଣା କୋହଳ ପାଇଁ ଟିକେ ବୃଦ୍ଧି ପାଇଛି । ସେହିପରି ଚଳିତ ବର୍ଷ ସରକାରଙ୍କ ନିର୍ଦ୍ଦେଶ ମୁତାବକ 4 ଫୁଟରୁ କମ ଉଚ୍ଚତା ମୂର୍ତ୍ତି ନିର୍ମାଣ କରିଛନ୍ତି କାରିଗର । ଚଳିତବର୍ଷ ବିଭିନ୍ନ ଭେରାଇଟିର ମୂର୍ତ୍ତି ନିର୍ମାଣ ହୋଇଥିବା ଶିଳ୍ପୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details