ଖୋର୍ଦ୍ଧା: ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ଖୋର୍ଦ୍ଧା ପୋଲିସ । ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ତୋଟାପଡା ଚକ ନିକଟରେ ଥିବା ଏକ ଘରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି ଖୋର୍ଦ୍ଧା ପୋଲିସ ।
ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ଖୋର୍ଦ୍ଧା ପୋଲିସ - large quantities of foreign liquor
ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ତୋଟାପଡା ଛକ ନିକଟରେ ଥିବା ଏକ ଘରୁ ବିପୁଳ ପରିମାଣରେ ବିଦେଶୀ ମଦ ଜବତ କରିଛି ଖୋର୍ଦ୍ଧା ପୋଲିସ । ଅଧିକ ପଢନ୍ତୁ...

ବିପୁଳ ପରିମାଣର ବିଦେଶୀ ମଦ ଜବତ କଲା ଖୋର୍ଦ୍ଧା ପୋଲିସ
ଏକ ବିଶ୍ୱସ୍ତ ସୁତ୍ରରୁ ଖୋର୍ଦ୍ଧା ଏସପି ଖବର ପାଇବା ପରେ ସଦଳବଳେ ତୋଟାପଡା ଛକ ନିକଟରେ ଥିବା ଏକ ଘରେ ପହଞ୍ଚି ବିପୁଳ ପରିମାଣର ବିଦେଶୀ ମଦ ମହଜୁଦ ଥିବା ଦେଖିଥିଲେ । ଏହାପରେ ଖୋର୍ଦ୍ଧା ଅବକାରୀ ଅଧିକାରୀ, ଏସଡିପିଓ ଓ ମାଜିଷ୍ଟ୍ରେଙ୍କ ଉପସ୍ଥିତରେ ମଦକୁ ଜବତ କରାଯାଇଛି ।
ତେବେ ଲକଡାଉନ ଚାଲିଥିବା ବେଳେ ଏତେ ପରିମାଣର ବିଦେଶୀ ମଦ କିିପରି ଏଠାକୁ ଆସିଲା ତାହା ତଦନ୍ତ ସାପେକ୍ଷ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ