ଖୋର୍ଦ୍ଧା: ଜିଲ୍ଲାରେ ଯୋଗ ଦେଲେ ନୂତନ ଜିଲ୍ଲାପାଳ । ମଙ୍ଗଳବାର ଅପରାହ୍ନରେ ଖୋର୍ଦ୍ଧାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସନତ କୁମାର ମହାନ୍ତି । ଦାୟିତ୍ବ ଗ୍ରହଣ କରିବା ଦିନରେ 145 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଉଦଘାଟନ କରିଛନ୍ତି ।
ଦାୟିତ୍ବ ନେଲେ ଖୋର୍ଦ୍ଧାରେ ନୂତନ ଜିଲ୍ଲାପାଳ, ଉଦଘାଟଣ କଲେ 145 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପୂର୍ବତନ ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ନୂଆ ଜିଲ୍ଲାପାଳ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଦାୟିତ୍ବ ନେବାପରେ ଜିଲ୍ଲାପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବର୍ତ୍ତମାନ ସମୟରେ କୋଭିଡ ମୁକାବିଲା ଏବଂ ପ୍ରବାସୀଙ୍କୁ ଜୀବିକା ଯୋଗାଇବା ଉପରେ ପ୍ରାଥମିକତା ଦେବେ । ସେହିପରି ଜିଲ୍ଲାରେ ନିଆଣ୍ଟିଆ ବର୍ଷାକୁ ନେଇ ଆଗାମୀ ଦିନରେ ସଠିକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।
ଦାୟିତ୍ବ ନେଲେ ଖୋର୍ଦ୍ଧାରେ ନୂତନ ଜିଲ୍ଲାପାଳ, ଉଦଘାଟଣ କଲେ 145 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ସେହିପରି ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ଦିନ ଦାୟିତ୍ବ ଗ୍ରହଣ କରିବା ଦିନରେ ନୂତନ ଜିଲ୍ଲାପାଳ ସନତ କୁମାର ମହାନ୍ତି 145 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଉଦଘାଟନ କରିଛନ୍ତି । ପ୍ରତିଦିନ ଜିଲ୍ଲାରେ ବୃଦ୍ଧି ପାଉଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ମଙ୍ଗଳବାର ସ୍ଥାନୀୟ ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ନୂତନ ବିଲ୍ଡିଂରେ 145 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲାପାଳ ସୀତାଂଶୁ ରାଉତ ଉପସ୍ଥିତ ଥିଲେ । ଏହି ସେଣ୍ଟରରେ କୋଭିଡରେ ଆକ୍ରାନ୍ତ ହେଉଥିବା ଆକ୍ରାନ୍ତଙ୍କୁ ରଖାଯାଇ ଚିକିତ୍ସା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ