ଖୋର୍ଦ୍ଧା: ଚିତ୍ରଶୀଳ୍ପ ମାଧ୍ୟମରେ କୋରୋନା ସଚେତନତା । କୋରୋନା କାୟାରେ ସାରା ବିଶ୍ବ କବଳିତ । ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ କାନ୍ଥ ମାନଙ୍କରେ ସ୍ଥାନୀୟ ଚିତ୍ରଶିଳ୍ପୀଙ୍କୁ ନେଇ ଲୋକଙ୍କ ସଚେତନତା ପାଇଁ କରିଛନ୍ତି ଅଭିନବ ପ୍ରୟାସ ।
ଚିତ୍ର ମାଧ୍ୟମରେ କୋରୋନା ସଚେତନତା କରୁଛି ଖୋର୍ଦ୍ଧା ପୌରପରିଷଦ - khordha municipalty
ଚିତ୍ର ମାଧ୍ୟମରେ କୋରୋନା ସଚେତନତା କରୁଛି ଖୋର୍ଦ୍ଧା ପୌରପରିଷଦ । ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ କାନ୍ଥ ମାନଙ୍କରେ ସ୍ଥାନୀୟ ଚିତ୍ରଶିଳ୍ପୀଙ୍କୁ ନେଇ ଲୋକଙ୍କୁ ସଚେତନତା କରାଯାଉଛି । ଅଧିକ ପଢନ୍ତୁ...
ଖୋର୍ଦ୍ଧା ପୌରପରିଷଦ ଚିତ୍ରଶୀଳ୍ପ ମାଧ୍ୟମରେ କରୁଛି କୋରୋନା ସଚେତନତା
ଖୋର୍ଦ୍ଧା ଜିଲ୍ଲାରେ କୋରୋନାକୁ କିଭଳି ପ୍ରତିହତ କରାଯାଇ ପାରିବ ଏବଂ ଏହି ମହାମାରୀ କବଳରୁ ଆମେ କିଭଳି ରକ୍ଷା ପାଇବା ତାହାର ବାର୍ତା ଚିତ୍ରକଳା ମାଧ୍ୟମରେ ଲୋକଙ୍କୁ ସଚେତନତା କରୁଛି ପୌର ପ୍ରଶାସନ । ଏହାକୁ ସ୍ଥାନୀୟ ଲୋକମାନେ ପ୍ରଶାସନର ଏହି ଉଦ୍ୟମକୁ ବେଶ ପ୍ରଶଂସା କରିଛନ୍ତି । ଏ ସମ୍ପର୍କରେ ଖୋର୍ଦ୍ଧା ପୌର ଅଧିକାରିଣୀ କହିଛନ୍ତି ଲୋକଙ୍କୁ ସଚେତନ କରିବା ପାଇଁ ଆମେ ଏଭଳି ପ୍ରୟାସ ଆରମ୍ଭ କରିଛୁ ଯାହାଦ୍ବାରା ଲୋକମାନେ କୋରୋନାକୁ ଜାଣିବେ ଏବଂ ଏହି ମହାମାରୀ ବିରୋଧରେ ଲଢେଇରେ ସତର୍କ ହୋଇପାରିବେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ
Last Updated : Jul 18, 2020, 3:58 PM IST