ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତର ଦୁର୍ଗାପୁର ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଖୋଳାଯାଇଥିବା ପୋଖରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ସମ୍ପର୍କିତ ଖବର ଗତ ୧୫ ତାରିଖରେ ‘ଇଟିଭି ଭାରତ’ରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ଏହାକୁ ଗୁରୁତର ସହ ନେଇଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ । ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ ।
ପୋଖରୀ ଖୋଳା ଦୁର୍ନୀତିର ହେବ ତଦନ୍ତ: ପ୍ରକଳ୍ପ ନିର୍ଦ୍ଦେଶକ
ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତର ଦୁର୍ଗାପୁର ଗ୍ରାମରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଖୋଳାଯାଇଥିବା ପୋଖରୀରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପ୍ରକଳ୍ପ ନିର୍ଦ୍ଦେଶକ । ଅଧିକ ପଢନ୍ତୁ
ଏହାମଧ୍ୟ ପଢନ୍ତୁ: Mgnrega Yojna: ପୋଖରୀ ଖୋଳା କାର୍ଯ୍ୟରେ ଦୁର୍ନୀତିର ଅଭିଯୋଗ ଆଣିଲେ ଗ୍ରାମବାସୀ
ତଦନ୍ତରେ ଯିଏ ଦୋଷୀ ହେବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ । ସୂଚନା ଅନୁଯାୟୀ, ଗୋପାଳପୁର ପଞ୍ଚାୟତର ଦୁର୍ଗାପୁର ଗ୍ରାମରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ନିର୍ମାଣ ହୋଇଥିବା ପୋଖରୀ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ୧୧ ଲକ୍ଷ ଟଙ୍କା ବ୍ୟୟରେ ଏନଆରଇଜିଏସ ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟକୁ ମେସିନରେ କରାଯାଇଥିବା ସାଙ୍ଘାତିକ ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ