ଓଡିଶା

odisha

ETV Bharat / state

ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା କଳିଙ୍ଗ ଟାଇଗର ଚମ୍ପିଆନ - ଖୋର୍ଦ୍ଧାରେ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କଣ୍ଟାବାଡ ସ୍ପୋର୍ଟସ୍‌ ଆସୋସିଏସନ ପକ୍ଷରୁ ଆୟୋଜିତ ଦ୍ବିତୀୟ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଉଦଯାପିତ ହୋଇଛି । ଆଜିର ଏହି ଫାଇନାଲ ମ୍ୟାଚରେ ଖୋର୍ଦ୍ଧା କଳିଙ୍ଗ ଟାଇଗର କ୍ଲବ୍‌ ଭୁବନେଶ୍ବରର ମଞ୍ଚେଶ୍ୱର କ୍ରିକେଟ ଟିମ୍‌କୁ ମାତ ଦେଇଛି ଚମ୍ପିଆନ୍‌ ହୋଇଛି । ଅଧିକ ପଢ଼ନ୍ତୁ

ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା କଳିଙ୍ଗ ଟାଇଗର ଚମ୍ପିଆନ
ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା କଳିଙ୍ଗ ଟାଇଗର ଚମ୍ପିଆନ

By

Published : Jan 2, 2022, 8:08 PM IST

ଖୋର୍ଦ୍ଧା:କଣ୍ଟାବାଡ ସ୍ପୋର୍ଟସ୍‌ ଆସୋସିଏସନ ପକ୍ଷରୁ ଆୟୋଜିତ ଦ୍ବିତୀୟ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଉଦଯାପିତ ହୋଇଛି । ଆଜିର ଏହି ଫାଇନାଲ ମ୍ୟାଚରେ ଖୋର୍ଦ୍ଧା କଳିଙ୍ଗ ଟାଇଗର କ୍ଲବ୍‌ ଭୁବନେଶ୍ବରର ମଞ୍ଚେଶ୍ୱର କ୍ରିକେଟ ଟିମ୍‌କୁ ମାତ ଦେଇଛି ଚମ୍ପିଆନ୍‌ ହୋଇଛି । ଚମ୍ପିଆନ୍‌ ଦଳକୁ ୨୦ ହଜାର ଟଙ୍କା ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଛି ।

ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା କଳିଙ୍ଗ ଟାଇଗର ଚମ୍ପିଆନ

ଫାଇନାଲ୍ ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ମ୍ୟାଚ୍‌କୁ ୩୯ରେ ହାତେଇ ନେଇଥିଲା ଖୋର୍ଦ୍ଧା କଳିଙ୍ଗ ଟାଇଗର । ବିଜୟୀ ଦଳକୁ ପଦ୍ମଚରଣ ପାଣିଗ୍ରାହୀ ମେମୋରିଆଲ୍ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ରନର୍ସଅପ୍‌ ଦଳକୁ ବିଶ୍ଵନାଥ ବାହିନୀପତି ମେମୋରିଆଲ୍ ଟ୍ରଫି ସହ ୧୫ ହଜାର ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଛି ।

ଉଦଯାପନୀ ଦିବସରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସେ ଚମ୍ପିଆନ୍‌ ଓ ରନର୍ସଅପ୍‌ ଦଳକୁ ଟ୍ରଫି ପ୍ରଦାନ କରିବା ସହ ପ୍ରତ୍ୟେକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ବୋଲର, ଶ୍ରେଷ୍ଠ ବ୍ୟାଟସ୍‌ମ୍ୟାନ ଏବଂ ଶ୍ରେଷ୍ଠ ଫିଲ୍ଡରଙ୍କୁ ଟ୍ରଫି ସହ ନଗଦ ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରିଥିଲେ ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details