ଓଡିଶା

odisha

ETV Bharat / state

UN Habitats: ୟଙ୍ଗ ଗେମ ଚେଞ୍ଜର ଇନିସିଏଟିଭ, ପ୍ରତିଯୋଗିତା ବିଶ୍ବର ଶ୍ରେଷ୍ଠ ୩ରେ ଜଟଣୀ ପୌରପାଳିକା

ୟୁଏନ ହାବିଟାଟ 'ୟଙ୍ଗ ଗେମ ଚେଞ୍ଜର ଇନିସିଏଟିଭ' (UN Habitats Young Gamechanger Initiative) ଆନ୍ତର୍ଜାତିକ ପ୍ରତିଯୋଗିତାରେ ବିଶ୍ବର ବିଭିନ୍ନ ନଗରୀର ଆବେଦନ ମଧ୍ୟରୁ ଚୟନ କରାଯାଇଥିବା ୩ଟି ସହର ମଧ୍ୟରେ ଭାରତର ଜଟଣୀ ପୌରପାଳିକା ସ୍ଥାନିତ ହୋଇଛି । ଏଥରେ କଲମ୍ବିଆର ଆର୍ମେନିଆ ଓ ସେନେଗାଲର ବାର୍ଡ଼ ସହର ମଧ୍ୟ ସ୍ଥାନ ପାଇଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Nov 3, 2022, 5:36 PM IST

ଭୁବନେଶ୍ବର: ୟୁଏନ ହାବିଟାଟ 'ୟଙ୍ଗ ଗେମ ଚେଞ୍ଜର ଇନିସିଏଟିଭ' (UN Habitats Young Gamechanger Initiative) ଆନ୍ତର୍ଜାତିକ ପ୍ରତିଯୋଗିତାରେ ବିଶ୍ବର ବିଭିନ୍ନ ନଗରୀର ଆବେଦନ ମଧ୍ୟରୁ ଚୟନ କରାଯାଇଥିବା ୩ଟି ସହର ମଧ୍ୟରେ ଭାରତର ଜଟଣୀ ପୌରପାଳିକା ସ୍ଥାନିତ ହୋଇଛି । ଏଥରେ କଲମ୍ବିଆର ଆର୍ମେନିଆ ଓ ସେନେଗାଲର ବାର୍ଡ଼ ସହର ମଧ୍ୟ ସ୍ଥାନ ପାଇଛନ୍ତି ।

ମିଳିତ ଜାତିସଂଘ ପକ୍ଷରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏବଂ 'ବ୍ଲକ ବାଇ ବ୍ଲକ ଫାଉଣ୍ଡେସନ’ ର ମିଳିତ ସହଯୋଗରେ ସମଗ୍ର ବିଶ୍ବର ପ୍ରଗତିଶୀଳ ନଗରୀ ମାନଙ୍କରେ ଯୁବାବର୍ଗଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ତ୍ବରାନ୍ବିତ କରିବା ପାଇଁ ଏହି ୩ ବର୍ଷ ଅବଧି ବିଶିଷ୍ଟ ସ୍ବତନ୍ତ୍ର ପ୍ରକଳ୍ପ ହାତକୁ ନିଆଯାଇଛି । ସହରାଞ୍ଚଳରେ ବସବାସ କରୁଥିବା ଯୁବାବର୍ଗ ଯେପରି ସୁଶାସନ ପ୍ରକ୍ରିୟାରେ ଯୋଗଦାନ କରି ପାରିବେ ଓ ସମସ୍ତଙ୍କୁ ସମନ୍ବିତ କରିବା ପାଇଁ ଉପଯୁକ୍ତ ସ୍ଥଳ ଓ ଡିଜିଟାଲ ଅଂଶଗ୍ରହଣ ବିକଶିତ କରିବା ଉଦ୍ଦେଶ୍ୟ ନେଇ 'ଫୋଣ୍ଡେସନ ବଟନାର' ପକ୍ଷରୁ ଏହି ଉପକ୍ରମ ନିମନ୍ତେ ପାଣ୍ଠି ଯୋଗାଇ ଦିଆଯାଇଛି ।

ଏହି ଉପକ୍ରମ ଜରିଆରେ ଯୁବାବର୍ଗଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଜଟଣୀ କରାଯାଇଥିବା ପଦକ୍ଷେପ ସମ୍ପ୍ରସାରିତ ହେବା ସହ ସମସ୍ତେ ଅଂଶଗ୍ରହଣ କଲା ସୁଶାସନରେ ଡିଜିଟାଲ ଭାଗୀଦାରୀ ପାଇଁ ସୁବିଧା ସୁଯୋଗ ପ୍ରଦାନ କରାଯିବ । ଆଗାମୀ ୩ ବର୍ଷ ମଧ୍ୟରେ ବିଶ୍ବର ଏହି ଅନ୍ୟ ଦୁଇ ସହର ସମେତ ୟୁଏନ ହାବିଟାଟ ସହ ସଂଯୋଗ ରକ୍ଷା ପୂର୍ବକ ଜଟଣୀ ପୌରପାଳିକା ପକ୍ଷରୁ ସହରାଞ୍ଚଳ ସୁଶାସନ ଓ ନଗର ଉନ୍ନୟନ ଯୋଜନା ପ୍ରଣୟନ ପାଇଁ ମାର୍ଗ ପ୍ରଶସ୍ତ କରାଯିବ । ପୌରପାଳିକା ପକ୍ଷରୁ ଗ୍ରହଣ ଭଳି ସ୍ବାସ୍ଥ୍ୟ ସେବା ମଞ୍ଚ ଓ ସହରାଞ୍ଚଳର ଯୁବାବର୍ଗ ଆଗରେ ଥିବା ଆହ୍ୱାନର ସମ୍ମୁଖୀନ ହେବା ସହ ପରିବେଶ ଓ ସୁସ୍ଥତା ଆଦି ଦିଗରେ ବୈଷୟିକ ପରାମର୍ଶ ପ୍ରଶିକ୍ଷଣ ଓ ନାଗରିକ ସଂଯୋଗ ଆଦି ସୁଯୋଗ ଏହି ଉପକ୍ରମ ମାଧ୍ୟମରେ ପ୍ରବର୍ତ୍ତିତ ହେବାର ଯୋଜନା ରହିଛି ।

ଏହି ତିନୋଟି ସହର ଜରିଆରେ ଉପଲବ୍ଧ ବିକାଶ ମଡେଲକୁ ମିଳିତ ଜାତିସଂଘ ପକ୍ଷରୁ ୟୁଏନ ହାବିଟାଟ ଜରିଆରେ ଅନୁକରଣୀୟ ପଦକ୍ଷେପ ଭାବରେ ବିଶ୍ବର ଅନ୍ୟ ରାଷ୍ଟ୍ରକୁ ସମ୍ପ୍ରସାରଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details