ଓଡିଶା

odisha

By

Published : Aug 23, 2019, 11:14 PM IST

ETV Bharat / state

ନ୍ୟାୟ ମାଗି ନିରାଶ; ଇଚ୍ଛାମୃତ୍ୟୁ ମାଗୁଛି ପରିବାର

ନ୍ୟାୟ ମାଗି ମାଗି ନିରାଶ ହେବାରୁ ଏବେ ମାଗୁଛନ୍ତି ଇଚ୍ଛାମୃତ୍ୟୁ । ଜମିଜମା ବିବାଦକୁ ନେଇ ପାରିବାରିକ କଳହରେ ଦୀର୍ଘଦିନ ଧରି ଛନ୍ଦି ହେବା ପରେ ଗାଁରେ ନିଆଁ ପାଣି ବାସନ୍ଦ ପାଇଁ ସପରିବାରର ଇଚ୍ଛାମୃତ୍ୟୁ ଆବେଦନ ।

ମାଗିଲେ ହକ୍‌ ମିଳିଲାନି ନ୍ୟାୟ, ଏବେ ମାଗୁଛନ୍ତି ଇଚ୍ଛା ମୃତ୍ୟୁ

ଖୋର୍ଦ୍ଧା: ନ୍ୟାୟ ମାଗି ମାଗି ନିରାଶ ହେବାରୁ ଏବେ ମାଗୁଛନ୍ତି ଇଚ୍ଛାମୃତ୍ୟୁ । ଜମିଜମା ବିବାଦକୁ ନେଇ ପାରିବାରିକ କଳହରେ ଦୀର୍ଘଦିନ ଧରି ଛନ୍ଦି ହେବା ପରେ ଗାଁରେ ନିଆଁ ପାଣି ବାସନ୍ଦ ପାଇଁ ସପରିବାରର ଇଚ୍ଛାମୃତ୍ୟୁ ଆବେଦନ । ନା ଶୁଣିଲା ପ୍ରଶାସନ, ନା ଗାଁ । ଯେଉଁଥିପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଶାଣିଆ ଗ୍ରାମର ଜୟକୃଷ୍ଣ ସାହୁଙ୍କ ପରିବାର ଇଚ୍ଛାମୃତ୍ୟୁ ପାଇଁ କରିଛନ୍ତି ନିବେଦନ ।

ମାଗିଲେ ହକ୍‌ ମିଳିଲାନି ନ୍ୟାୟ, ଏବେ ମାଗୁଛନ୍ତି ଇଚ୍ଛା ମୃତ୍ୟୁ

ଜଣେ ପଡୋଶୀ ଜୟକୃଷ୍ଣଙ୍କ କିଛି ଜାଗା ଜବରଦଖଲ କରିଥିବା ନେଇ ଦୁଇ ପରିବାରରେ ଦୀର୍ଘ 8 ବର୍ଷ ଧରି ଲାଗିରହିଛି କଳହ। ଏନେଇ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଖକୁ ଦୌଡି ଦୌଡି ନିରାଶ ହେବା ପରେ ଗାଁରେ ଅଭିଯୋଗ କରିଥିଲେ ଜୟକୃଷ୍ଣ । ହେଲେ ଗାଁ କମିଟି ନ ଶୁଣିବାରୁ ଜୟକୃଷ୍ଣ ନ୍ୟାୟାଳୟର ଦ୍ବାରସ୍ଥ ହେବାପରେ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ । ତେବେ କୋର୍ଟର ନିର୍ଦ୍ଦେଶ ପରେ ଗାଁରୁ ସାମାଜିକ ବାସନ୍ଦ ହୋଇଛନ୍ତି ସେ । ଖାଲି ଏତିକି ନୁହେଁ, ଜୟକୃଷ୍ଣଙ୍କ ତେଜରାତି ଦୋକାନରୁ ସଉଦା କିଣିବା ପାଇଁ ଗ୍ରାମବାସୀଙ୍କୁ ବାରଣ କରିଛି ଗାଁ କମିଟି । ତାଙ୍କ ଝିଅ ମଧ୍ୟ ପାଠପଢାରୁ ବଞ୍ଚିତ ହୋଇଥିବା କହିଛନ୍ତି ଜୟକୃଷ୍ଣ । ଅନ୍ୟପଟେ ଜୟକୃଷ୍ଣଙ୍କ ଇଚ୍ଛାମୃତ୍ୟୁ ଆବେଦନକୁ ଭିତ୍ତିହୀନ କହିଛନ୍ତି ସ୍ଥାନୀୟ ତହସିଲଦାର ।

ଦୁଇ ପରିବାରରେ କଳହ ସାଙ୍ଗକୁ ଗାଁରୁ ନିଆଁପାଣି ବାସନ୍ଦ ଯୋଗୁଁ ଭାଙ୍ଗିପଡିଥିବା ଜୟକୃଷ୍ଣଙ୍କ ପରିବାରର ଇଚ୍ଛମୃତ୍ୟୁ ଆବେଦନକୁ ପ୍ରଶାସନ ଗ୍ରହଣ କରୁଛି ନା ତାଙ୍କୁ ନ୍ୟାୟ ଦେଉଛି । ତାହା ଦେଖିବାକୁ ବାକି ରହିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details