ଖୋର୍ଦ୍ଧା:ଜିଲ୍ଲା ଡ୍ରଗ୍ସ ଇନସପେକ୍ଟରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ବେଆଇନ ଖୁଚୁରା ମେଡିସିନ ଦୋକାନ ଉପରେ ଚଢାଉ କରି ଲକ୍ଷାଧିକ ଟଙ୍କାର ନିମ୍ନମାନର ଔଷଧ ଜବତ କରିଛି । ଏହା ସହିତ ଦୋକାନକୁ ସିଲ କରିଛି ଟିମ ।
ସୂଚନା ମୁତାବକ ଖୋର୍ଦ୍ଧା ବଜାରରେ ଅବସ୍ଥିତ ଥିବା ମହାବୀର ମେଡ଼ିସିନ ଷ୍ଟୋର ନାମକ ଏକ ଔଷଧ ଦୋକାନ ବିନା ଲାଇସେନ୍ସରେ ଚାଲିଥିଲା । ଏହା ସହିତ ସେଠାରେ ନିମ୍ନ ମାନର ଔଷଧ ବିକ୍ରି ହେଉଥିବାର ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଡ୍ରଗ୍ସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀ ଏହା ବିଷୟରେ ଜାଣିପାରି ସମ୍ପୃକ୍ତ ଦୋକାନ ଉପରେ ଚଢାଉ କରିଥିଲେ । ବିନା ଲାଇସେନ୍ସ ସହ ନିମ୍ନମାନର ଔଷଧ ବିକ୍ରି କରିବା ବେଆଇନ ହୋଇଥିବାରୁ ସମ୍ପୃକ୍ତ ଦୋକାନ ଉପରେ ଚଢାଉ କରାଯାଇଥିଲା ।