ଖୋର୍ଦ୍ଧା: ଜିଲ୍ଲାର ଉପଖଣ୍ଡରେ ବର୍ତ୍ତମାନ ସୁଦ୍ଧା 169 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 74 ଜଣ ସୁସ୍ଥ ହୋଇଛନ୍ତି । ଏବେ ବି 95 ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।
ସେହିପରି ଜିଲ୍ଲାକୁ ପ୍ରବାସୀ ଓଡିଆଙ୍କ ଆଗମନକୁ ଦୃଷ୍ଟିରେ ରଖି ଚଳିତ ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ଆଉ ଏହି ସଂକ୍ରମଣ ନ ବ୍ୟାପିବା ପାଇଁ ପ୍ରବାସୀଙ୍କ କ୍ଵାରେନଣ୍ଟାଇନ ଅବଧିକୁ 7 ରୁ 14 ଦିନକୁ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷେ ପ୍ରବାସୀମାନେ ସେଠାରୁ ଯିବା ପରେ ନିଜ ଗୃହରେ ମଧ୍ୟ 7 ଦିନ କ୍ଵାରେନଣ୍ଟାଇନ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।