ଓଡିଶା

odisha

2024 ନିର୍ବାଚନ: ବସିଲା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

By

Published : Aug 6, 2023, 7:58 PM IST

ବସିଲା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ । 2024 ନିର୍ବାଚନ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

2024 ନିର୍ବାଚନ

ଭୁବନେଶ୍ବର:ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏନେଇ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହାରି ମଧ୍ୟରେ କଂଗ୍ରେସ ଭବନରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଟଣୀ ବିଧାୟକ ସୁର ରାଉତରାୟ ଶାସକ ଦଳ ବିଜେଡିକୁ ସମାଲୋଚନା କରିଥିବା ବେଳେ ଖୋର୍ଦ୍ଧାରୁ କଂଗ୍ରେସକୁ 4ଟି ଆସନ ମିଳିବ ବୋଲି କହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଛନ୍ତି । ଆଗାମୀ 2024 ନିର୍ବାଚନରେ କିପରି କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି ଓ ଖୋର୍ଦ୍ଧା ଜିଲ୍ଲାରେ 2024ରେ 5ରୁ 4ଟି ଆସନ ନେବ ବୋଲି ବିଧାୟକ ସୁର ରାଉତରାୟ କହିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ତୃଣମୂଳ ସ୍ତରରେ ଖୋର୍ଦ୍ଧା ଜିଲ୍ଲାରେ ସଂଗଠନକୁ ମଜଭୁତ କରିବାକୁ ଏହି ବୈଠକରେ ଆଲୋଚନା ହୋଇଛି ।

ଏହା ବି ପଢନ୍ତୁ- 2024 ପାଇଁ ପାଗଭିଡ଼ା, ବାରବାଟୀରେ ବିଜେଡିର ସମର ସଜା

ଆଇନ ଶୃଙ୍ଖଳା, ବେକାରୀ ସମସ୍ୟା, ମହିଳା ନିର୍ଯାତନା ପ୍ରସଙ୍ଗକୁ ମୁଦା କରି ଜନତାଙ୍କ ପାଖକୁ ଯିବେ କଂଗ୍ରେସ ନେତା ଓ କର୍ମୀ । ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରି ଅଗଷ୍ଟ 18 ତାରିଖରେ ବ୍ଲକ ଘେରାଉ କରାଯିବ । ଅକ୍ଟୋବର 27 ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ବଡ଼ ସାଧାରଣ ସଭାର ଆୟୋଜନ କରି କଂଗ୍ରେସ ନିର୍ବାଚନା ପାଇଁ ଅଣ୍ଟା ଭିଡ଼ିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଏହି ବୈଠକରେ କଂଗ୍ରେସ ନେତା ପୂର୍ଥୀବଲ୍ଲଭ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତିଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଆଗକୁ ପ୍ରତି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ମଜଭୁତ କରିବ । ବିଭିନ୍ନ ଜିଲ୍ଲାରେ ସମ୍ମିଳନୀ କରିବ । ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବ୍ଲକ ସ୍ତରରେ ଘେରାଓ କରାଯିବ । ସାଧାରଣ ଭୋଟରଙ୍କ ପାଖକୁ ଯିବ କଂଗ୍ରେସ । ପ୍ରତି ୱାର୍ଡକୁ ଯିବ । ବୁଥ୍‌ ସ୍ତରରେ ସଂଗଠନକୁ ସୁଦୃଢ଼ କରି ଲୋକଙ୍କ ଭିତରେ ଜନ ସଚେତନତା ସୃଷ୍ଟି କରିବ ବୋଲି କହିଛି । ତେବେ 9ରୁ 90 ଲକ୍ଷ ପୂରଣ କରିବା ପାଇଁ ସଂକଳ୍ପ ନେଇଥିବା କଂଗ୍ରେସ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ ସମାଧାନ କରି କେତେଦୂର ସଫଳ ହେଉଛି ଆଗାମୀ ଦିନର ସ୍ପଷ୍ଟ ହେବ ।

ସେପଟେ ବିରୋଧୀ ବିଜେପି ମଧ୍ୟ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା, ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିତ୍ୱକୁ ଆଧାର କରି ଲଢ଼ିବାକୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିବା ବେଳେ କଂଗ୍ରେସ ମଧ୍ୟ ରାହୁଲ ଗାନ୍ଧୀଙ୍କ ଦକ୍ଷତା ଏବଂ ଦେଶରେ ରାହୁଲଙ୍କ ପ୍ରତି ବଢୁଥିବା ସମର୍ଥନକୁ ପୁଞ୍ଜି କରି ନିର୍ବାଚନରେ ଲଢିବାକୁ ଯୋଜନା କରୁଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଘରେଘରେ ପହଞ୍ଚାଇ ଲୋକଙ୍କ ବିଶ୍ବାସଭାଜନ ହେବା ପାଇଁ ମାଷ୍ଟର ପ୍ଲାନ୍‌ ଆପଣାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details