ଓଡିଶା

odisha

ETV Bharat / state

ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ବିରୋଧରେ ଖୋର୍ଦ୍ଧା ଓକିଲ ସଂଘର ଦାବିପତ୍ର - ଖୋର୍ଦ୍ଧା ଓକିଲ ସଂଘର ଦାବିପତ୍ର

ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ବିରୋଧରେ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର । ସଂପୃକ୍ ଅଧିକାରୀମାନେ ନିଜୟ ଦାୟିତ୍ବ ସୁଚାରୁ ରୂପେ ସମ୍ପାଦନ କରୁନଥିବା ଖୋର୍ଦ୍ଧା ଓକିଲ ସଂଘ (District bar association Khordha) ଅଭିଯୋଗ କରିଛି । ଅଧିକ ପଢନ୍ତୁ

Khurda district bar association protest in front of collectorate
ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ବିରୋଧରେ ଖୋର୍ଦ୍ଧା ଓକିଲ ସଂଘର ଦାବିପତ୍ର

By

Published : Dec 7, 2021, 9:04 PM IST

ଖୋର୍ଦ୍ଧା:ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ବିରୋଧରେ ଓକିଲ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର । ଆଇନଜୀବୀଙ୍କୁ ସମ୍ମାନ ଦେଉନଥିବା ସହ କୌଣସି କାର୍ଯ୍ୟ ସଠିକ ସମୟରେ କରୁନଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏଥି ପ୍ରତି ଧ୍ୟାନ ଦେଇ ସମାଧାନ କରିବା ପାଇଁ ଦାବି କିରଛନ୍ତି ଖୋର୍ଦ୍ଧା ଓକିଲ ସଂଘ (District bar association Khordha)।

ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ବିରୋଧରେ ଖୋର୍ଦ୍ଧା ଓକିଲ ସଂଘର ଦାବିପତ୍ର

ଖୋର୍ଦ୍ଧା ଉପଜିଲ୍ଲାପାଳ ଏବଂ ତହସିଲଦାର ଆଇନଜୀବୀଙ୍କୁ ସମ୍ମାନ ଦେଉନଥିବା ସହ କୌଣସି କାର୍ଯ୍ୟ ସଠିକ ସମୟରେ କରୁନଥିବା ଅଭିଯୋଗ ହୋଇଛି । ଫଳରେ ସାଧାରଣ ଜନତା ନିଜର ସମସ୍ଯାର ସମାଧାନ କରିବା ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉପଜିଲ୍ଲାପାଳ ଏବଂ ତହସିଲ ଅଫିସରେ ମାସ ମାସ ଧରି ବିଭିନ୍ନ ପ୍ରକାର ଫାଇଲ ପଡି ରହୁଛି । ତହସିଲଦାର ଏବଂ ଉପ ଜିଲ୍ଲାପାଳ ନିଜର ଦାୟିତ୍ବ ସୁଚାରୁ ରୂପେ ସମ୍ପାଦନ କରୁନଥିବା ଖୋର୍ଦ୍ଧା ଓକିଲ ସଂଘ ଅଭିଯୋଗ କରିଛି ।

ଏ ନେଇ ଆଜି ଖୋର୍ଦ୍ଧା କୋର୍ଟର ଶତାଧିକ ଓକିଲ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଏହାର ସମାଧାନ ସାତ ଦିନ ମଧ୍ୟରେ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ଖୋର୍ଦ୍ଧା ଓକିଲ ସଂଘ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details