ଖୋର୍ଦ୍ଧା:ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଶେଷ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚୂଡାନ୍ତ ପର୍ଯ୍ୟାୟ ପ୍ରସ୍ତୁତି ଶେଷ କରିଛି। ଆସନ୍ତା 16 ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଓ ବୋଲଗଡ ବ୍ଲକରେ ଅନୁଷ୍ଠିତ ହେବ ନିର୍ବାଚନ ।
ବୋଲଗଡରେ ମୋଟ 316 ବୁଥ ଭିତରୁ 15ଟି ବୁଥ ଅତି ସମ୍ବେଦନଶୀଳ ରହିଥିବା ବେଳେ ଟାଙ୍ଗି ବ୍ଲକର 345 ବୁଥ ମଧ୍ୟରୁ 58 ଟି ବୁଥ ଅତି ସମ୍ବେଦନଶୀଳ ଘୋଷଣା କରାଯାଇଛି । ନିର୍ବାଚନକୁ ଶାନ୍ତ, ସ୍ଵଛ ଓ ନିରପେକ୍ଷ କରିବାପାଇଁ ଉଭୟ ପୋଲିସ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ବ୍ଲକରେ ପୋଲିଂ ପାର୍ଟି ପହଞ୍ଚି ନିର୍ଦ୍ଧାରିତ ବୁଥକୁ ଯାଉଛନ୍ତି । ସେହିଭଳି ସମ୍ବେଦନଶୀଳ ବୁଥ ଗୁଡିକରେ ଜଣେ ଜଣେ ଏଏସଆଇ ନିୟୋଜିତ ରହିବେ ଏବଂ ପୋଲିସ ମୋବାଇଲ ଟିମ ଅଞ୍ଚଳରେ ନିୟୋଜିତ ରହିବେ ବୋଲି ଖୋର୍ଦ୍ଧା ଏସପି କହିଛନ୍ତି ।