ଖୋର୍ଦ୍ଧା : ପୌର ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ଖୋର୍ଦ୍ଧା, ଜଟଣୀ ମ୍ୟୁନିସିପାଲିଟି ଏବଂ ବାଲୁଗାଁ ଓ ବାଣପୁର ଏନ୍ଏସିର ଅଧ୍ୟକ୍ଷ ଏବଂ କାଉନସିଲର ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନଙ୍କ ବୈଠକ ଆଜି(ସୋମବାର) ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତି ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୌରାଧ୍ୟକ୍ଷ ଓ କାଉନସିଲର ମତଦାନ ପାଇଁ 2ଟି ଲେଖାଏଁ ଅଲଗା ଅଲଗା ଇଭିଏମ ବ୍ୟବହାର ହେବ ।
ଖୋର୍ଦ୍ଧା ପୌରପାଳିକା ପାଇଁ 22ଟି ୱାର୍ଡର 44ଟି ମତଦାନ କେନ୍ଦ୍ରରେ 110ଟି ଇଭିଏମ୍ ବ୍ୟବହାର ହେବ । ପ୍ରତି ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ଅରିରିକ୍ତ 25 ପ୍ରତିଶତ ଲେଖାଏଁ ଇଭିଏମ ଜରୁରୀ ସେବା ପାଇଁ ସଂରକ୍ଷିତ ରଖାଯାଇଛି । ସେହିପରି ଜଟଣୀ ମ୍ୟୁନିସିପାଲିଟି ନିମନ୍ତେ 23ଟି ୱାର୍ଡରେ 54ଟି ବୁଥ ନିମନ୍ତେ 135 ଟି ଇଭିଏମ୍, ବାଲୁଗାଁ ଏନ୍ଏସିର 11ଟି ୱାର୍ଡର 16ଟି ବୁଥ ପାଇଁ 40ଟି ଇଭିଏମ ଓ ବାଣପୁର ଏନଏସିର 15ଟି ୱାର୍ଡର 17ଟି ବୁଥ ପାଇଁ 43ଟି ଇଭିଏମ୍ ବ୍ୟବହାର କରାଯିବ ।