ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣାରେ ବସି ଥିବା ଚାଷୀଙ୍କ କଥା ଶୁଣିଲା ଜିଲ୍ଲା ପ୍ରଶାସନ । ୩ ଦିନ ଧରି ଚାଷୀଙ୍କ ରାତି ଦିନ ଅନଶନ ପରେ ଚାଷୀଙ୍କ ଦାବି ଶୁଣିଲା ପ୍ରଶାସନ । ଖୋର୍ଦ୍ଧା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ଚାଷୀ କମିଟିର ଆଲୋଚନା ପରେ ହଟିଲା ଆନ୍ଦୋଳନ ।
ଶୁଣିଲା ପ୍ରଶାସନ: ଅନଶନରୁ ଓହରିଲେ ଚାଷୀ - ନବ ନିର୍ମାଣ କୃଷକ ସଙ୍ଗଠନ
ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣାରେ ବସି ଥିବା ଚାଷୀଙ୍କ କଥା ଶୁଣିଲା ଜିଲ୍ଲା ପ୍ରଶାସନ । ୩ ଦିନ ଧରି ଚାଷୀଙ୍କ ରାତି ଦିନ ଅନଶନ ପରେ ଚାଷୀଙ୍କ ଦାବି ଶୁଣିଲା ପ୍ରଶାସନ । ଅଧିକ ପଢନ୍ତୁ
ଶୁଣିଲା ପ୍ରଶାସନ: ଅନଶନରୁ ଓହରିଲେ ଚାଷୀ
ଏଥିସହ ସମସ୍ତ ଧାନ ଉଠାଇବାକୁ ରାଜି ହେଲା ପ୍ରଶାସନ । ଟୋକାନ ଲାପସ ସମସ୍ୟାର ସମାଧାନ ଲାଗି ୧୦ ଦିନର ସମୟ ମାଗିଛି ପ୍ରଶାସନ । ଶେଷରେ ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ ପ୍ରଶାସନକୁ ଧନ୍ୟବାଦ ଦେବା ସହ ଜିଲ୍ଲା ସଂଯୋଜକ ସୁରେଶ ମାନସିଂ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ତଥା ବରିଷ୍ଠ କଂଗ୍ରେସ ନେତା ପୃଥୀବଲ୍ଲଭ ପଟ୍ଟନାୟକ ଅନଶନରତ ଚାଷୀଙ୍କୁ ମିଠା ଖୁଆଇ ଅନଶନ ଭାଙ୍ଗିଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ