ଓଡିଶା

odisha

ETV Bharat / state

ଜମି ନେଇ କ୍ଷତିପୂରଣ ଦେଇନଥିବା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବିସ୍ଥାପିତ - ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବିସ୍ଥାପିତ

ହସ୍ପିଟାଲ ନିର୍ମାଣ ପାଇଁ ଜମି ନେଇ ସମ୍ପୂର୍ଣ୍ଣ କ୍ଷତିପୂରଣ ଦେଇନଥିବା ଅଭିଯୋଗ । ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବିସ୍ଥାପିତ । ଅଧିକ ପଢ଼ନ୍ତୁ

khordha cancer hospital displaced people yet to get full compensation amount seek collectors help
ଜମି ନେଇ କ୍ଷତିପୂରଣ ଦେଇନଥିବା ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ବିସ୍ଥାପିତ

By

Published : Oct 21, 2022, 4:43 PM IST

ଖୋର୍ଦ୍ଧା:କ୍ୟାନ୍‌ସର ହସ୍ପିଟାଲ ପାଇଁ ଜମି ଅଧିଗ୍ରହଣ ହେଲା କିନ୍ତୁ ଲୋକଙ୍କୁ ମିଳିଲାନି ସଂପୂର୍ଣ୍ଣ କ୍ଷତିପୂରଣ । ଖୋର୍ଦ୍ଧା ଜିଲ୍ଲା ଯାଆଁଳା ପଞ୍ଚାୟତ ଅନ୍ତର୍ଗତ ହରପୁରଠାରେ ପ୍ରସ୍ତାବିତ କ୍ୟାନ୍‌ସର ହସ୍ପିଟାଲ ପାଇଁ ଲୋକଙ୍କଠାରୁ ନେଇଥିବା ଜମି ବାବଦକୁ ଟଙ୍କା ଦେଇନଥିବା ଅଭିଯୋଗ କରି ଜିଲ୍ଲପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ ।

ଜମି ନେଇ କ୍ଷତିପୂରଣ ଦେଇନଥିବା ଅଭିଯୋଗ

ପ୍ରସ୍ତାବିତ କ୍ୟାନ୍‌ସର ହସ୍ପିଟାଲ ପାଇଁ ୪୪ଜଣ ଲୋକଙ୍କ ୮୮ ଏକର ଜମି ଅଧିଗ୍ରହଣ ପାଇଁ ଚିହ୍ନଟ ହୋଇଥିଲା । କିନ୍ତୁ ପ୍ରଥମେ ୪୦ ଏକର ଜାଗା ଅଧିଗ୍ରହଣ କରି ଲୋକଙ୍କୁ ସେମାନଙ୍କ ଜମି ବାବଦ ଅର୍ଥ ପ୍ରଦାନ କରିଥିବାବେଳେ, ଏବେ ଲୋକଙ୍କୁ ଟଙ୍କା ନଦେଇ ବାକି ୪୮ ଏକର ଜମିରେ ସଂସ୍ଥା କାମ ଆରମ୍ଭ କରିଛି । ଏହାକୁ ବିରୋଧ କରି ଆଜି ଜଟଣୀ ବିଧାୟକଙ୍କ ନେତୃତ୍ୱରେ ଟଙ୍କା ପାଇନଥିବା ଜମି ମାଲିକମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Cyclone Sitrang: ଜିଲ୍ଲା ପ୍ରଶାସନ ପ୍ରସ୍ତୁତ, ଭୟଭୀତ ନହେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଏନେଇ ବିଧାୟକ ସୁର ରାଉତରାୟ କହିଛନ୍ତି, "୧୫ ଦିନ ମଧ୍ୟରେ ଜମି ହରାଇଥିବା ଲୋକଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଦାବି ହୋଇଛି ।" ସେପଟେ ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ଗରିବ ଲୋକଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details