ଖୋର୍ଦ୍ଧା: ପ୍ରତିଭା ଲୁଚି ରହିଲେ ମଉଳିଯାଏ । ହେଲେ ମଉଳିବା ପୂର୍ବରୁ ପ୍ରସ୍ଫୁଟିତ ହୋଇଛି ଲୁକ୍କାୟିତ ପ୍ରତିଭା । ସେ ଏପରି ଜଣେ କଣ୍ଠଶିଳ୍ପୀ । ଯାହା ତୁଣ୍ଡରୁ ଗୀତ ଝରିଲେ ଲାଗେ ପ୍ରେମରେ ରଙ୍ଗୀନ ହେଉଛି ଦୁନିଆ । ଗୀତ ବି ଯାହା ତାହା ନୁହେଁ । ଓଡିଆ ସଙ୍ଗୀତର ବାଦଶାହ ଅକ୍ଷୟ ମହାନ୍ତିଙ୍କ ଅବିକଳ ନକଲ । ତାଙ୍କ କଣ୍ଠରେ ସକାଳୁ ସଞ୍ଜ ଯାଏଁ ଶୁଭେ କେବଳ ଅକ୍ଷୟଙ୍କ ସଙ୍ଗୀତର ମୂର୍ଚ୍ଛନା । ଯେପରି ଅକ୍ଷୟ ତାଙ୍କ ଜୀବନ ଆଉ ଗୀତ ତାଙ୍କ ଯୌବନ । ଏହା ହେଉଛି ଖୋର୍ଦ୍ଧା ରାଜସୁନାଖଳା ନୃସିଂହପୁର ଶାସନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ କାହାଣୀ । ନିଜ ଅଞ୍ଚଳରେ ଅକ୍ଷୟ ମହାନ୍ତି ନାମରେ ସେ ପରିଚିତ ।
ଦୀର୍ଘ ୩୦ ବର୍ଷ ଧରି କେବଳ ଅକ୍ଷୟଙ୍କ ଗୀତ ଗାଉଛନ୍ତି ପ୍ରଦୀପ୍ତ । ଗୀତ ଓ ସ୍ବରର ଅବିକଳ ନକଲ । ବିଭିନ୍ନ ମଞ୍ଚରେ ଲୋକଙ୍କୁ ଅକ୍ଷୟଙ୍କ ଗୀତ ଦ୍ବାରା କରିଥାନ୍ତି ବିମୋହିତ । ସବୁପ୍ରକାର ଗୀତ ଗାଇବାରେ ମାହିର । ହେଲେ ଲୋକଙ୍କୁ ତାଙ୍କ କଣ୍ଠରେ ପସନ୍ଦ କେବଳ ଅକ୍ଷୟଙ୍କ ଗୀତ ।