ଖୋର୍ଦ୍ଧା: ୨୦୨୨ ପ୍ରଥମାର୍ଦ୍ଧରେ ରାଜ୍ୟରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଗଲାଣି । କିନ୍ତୁ, ଏହି ନିର୍ବାଚନରେ ଶାସକ ବିଜୁ ଜନତା ଦଳ ନିଜକୁ ସୁହାଇବା ଭଳି କୌଣସି କାର୍ଯ୍ୟ କରିନପାରେ, ସେଥିପାଇଁ ଆଗକୁ ପଗଡ଼ି ଭିଡି ବାହାରିଛି ଖୋର୍ଦ୍ଧା ବିଜେପି ସଂଗଠନ ।
ପଞ୍ଚାୟତ ନିର୍ବାଚନ: ବିଜେଡିକୁ ଚେକ୍ ଦେବାକୁ ପାଗ ଭିଡିଲା ବିଜେପି - ଖୋର୍ଦ୍ଧା ବିଜେପିର ଦାବିପତ୍ର
୨୦୨୨ ପ୍ରଥମାର୍ଦ୍ଧରେ ରାଜ୍ୟରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏହି ନିର୍ବାଚନରେ ଶାସକ ବିଜୁ ଜନତା ଦଳ ନିଜକୁ ସୁହାଇବା ଭଳି କୌଣସି କାର୍ଯ୍ୟ କରିନପାରେ, ସେଥିପାଇଁ ଆଗକୁ ପଗଡ଼ି ଭିଡି ବାହାରିଛି ଖୋର୍ଦ୍ଧା ବିଜେପି ସଂଗଠନ । ଅଧିକ ପଢନ୍ତୁ...
ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ କରିବାକୁ ଜିଲ୍ଲାପାଳଙ୍କୁ ଖୋର୍ଦ୍ଧା ବିଜେପିର ଦାବିପତ୍ର
ଜିଲ୍ଲାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଜିଲ୍ଲାପାଳଙ୍କୁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କିଭଳି ନିରପେକ୍ଷ ଭାବେ ହେବ ସେନେଇ ଏକ ଦାବିପତ୍ର ପ୍ରଦାନ କରିଛି ।
ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ତ୍ବରେ ଆଜି(ସୋମବାର) ଶତାଧିକ ବିଜେପି ନେତା ଓ କର୍ମୀ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ