ଓଡିଶା

odisha

ETV Bharat / state

ଚାଷୀଙ୍କୁ ମିଳୁନି ଫସଲ ବୀମା, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଚାଷୀ - ଖୋର୍ଦ୍ଧା ଚାଷୀଙ୍କୁ ମିଳୁନି ଫସଲ ବୀମା

ଚାଷକାର୍ଯ୍ୟରେ କ୍ଷତି ଭରଣା କରିବାକୁ ଚାଷୀ ଫସଲ ବୀମା କରୁଛନ୍ତି । ହେଲେ ଚାଷୀଙ୍କୁ ଏହାର ଲାଭ ମିଳି ପାରନାହିଁ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମଳିଛି ଖୋର୍ଦ୍ଧା ଜିଲ୍ଲାରେ । ଅଧିକ ପଢ଼ନ୍ତୁ...

ଚାଷୀଙ୍କୁ ମିଳୁନି ଫସଲ ବୀମା, ଜିଲ୍ଲାପାଳଙ୍କ ଦ୍ୱାରାସ୍ତ ଚାଷୀ
ଚାଷୀଙ୍କୁ ମିଳୁନି ଫସଲ ବୀମା, ଜିଲ୍ଲାପାଳଙ୍କ ଦ୍ୱାରାସ୍ତ ଚାଷୀ

By

Published : Jun 28, 2021, 7:27 PM IST

ଖୋର୍ଦ୍ଧା: ଚାଷକାର୍ଯ୍ୟରେ କ୍ଷତି ଭରଣା କରିବାକୁ ଚାଷୀ ଫସଲ ବୀମା କରୁଛନ୍ତି । ହେଲେ ଚାଷୀଙ୍କୁ ଏହାର ଲାଭ ମିଳି ପାରନାହିଁ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମଳିଛି ଖୋର୍ଦ୍ଧା ଜିଲ୍ଲାରେ । ଫସଲ ବୀମା ପାଇବା ଦାବିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଖୋର୍ଦ୍ଧା ବ୍ଲକ ବ୍ରଜମୋହନପୁର ପଞ୍ଚାୟତର ଚାଷୀ ।

ଚାଷୀଙ୍କୁ ମିଳୁନି ଫସଲ ବୀମା, ଜିଲ୍ଲାପାଳଙ୍କ ଦ୍ୱାରାସ୍ତ ଚାଷୀ

ଫସଲ ସୁରକ୍ଷା ଦେବାକୁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିଲେ ବ୍ରଜମୋହନପୁର ପଞ୍ଚାୟତର ଚାଷୀ । ଗତବର୍ଷ ଲଗାଣ ବର୍ଷା ଫଳରେ ଦୟା ନଦୀରେ ଘାଇ ସୃଷ୍ଟି ହୋଇଥିଲା । ବ୍ରଜମୋହନପୁର ପଞ୍ଚାୟତର ପାଞ୍ଚୋଟି ଗ୍ରାମର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇ ସମ୍ପୂର୍ଣ୍ଣ ଖରିଫ ଫସଲ ନଷ୍ଟ ହୋଇଥିଲା । ଖରିଫ ଫସଲ ନଷ୍ଟ ହେବା ସହ ସମସ୍ତ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଥିଲେ ।

ବର୍ଷକର ଫସଲ ସୁରକ୍ଷା ପାଇଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୂକ୍ତ ହୋଇଥିଲେ । ହେଲେ ସେମାନଙ୍କୁ ଏପର୍ଯ୍ୟନ୍ତ ଫସଲ କ୍ଷତି ବାବଦକୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ଆଜି (ସୋମବାର) ଚାଷୀମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ଚାଷୀଙ୍କୁ ଫସଲ ବୀମା ଅର୍ଥ ପ୍ରଦାନ କରିବାକୁ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details