ଓଡିଶା

odisha

ETV Bharat / state

ଜୈବକ ଉପାୟରେ 30 ପ୍ରକାର ଚାଷ କରି ଚର୍ଚ୍ଚାକୁ ଆସିଥିବା ପବନକୁ ମିଳିଲା ଆର୍ଥିକ ପୁରସ୍କାର - Khurda collector's financial reward to farmer

ଖୋର୍ଦ୍ଧା ଜିଲ୍ଲାରେ ଜୈବିକ ଉପାୟରେ 30 ପ୍ରକାର ଚାଷ କରିଥିବା ଚାଷୀଙ୍କୁ ଜିଲ୍ଲାପାଳ ଆର୍ଥିକ ପୁରସ୍କାର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

Khurda collector's financial reward to farmer who succeed in Organic farming
କୃଷିରେ ସଫଳ ହୋଇଥିବା ଚାଷୀଙ୍କୁ ଜିଲ୍ଲାପାଳଙ୍କ ଆର୍ଥିକ ପୁରସ୍କାର ପ୍ରଦାନ

By

Published : Feb 4, 2021, 3:10 PM IST

ଖୋର୍ଦ୍ଧା:ଜିଲ୍ଲାର କାଠଖୁଣ୍ଟିଆ ଗ୍ରାମର ପବନ ଭୁଜବଳ ନିଜ ତିନି ଏକର ଚାଷ ଜମିରେ ଜୈବିକ ସାରକୁ ଉପଯୋଗ କରି ସମନ୍ବିତ କୃଷି କରି ସଫଳତା ସାଉଁଟିଛନ୍ତି । ଜିଲ୍ଲାପାଳ ସନତ ମହାନ୍ତି ଫାର୍ମକୁ ବୁଲି ଦେଖିବା ସହିତ ପବନଙ୍କୁ 60 ହଜାର ପୁରସ୍କାର ପ୍ରଦାନ କରିଛନ୍ତି ।

କୃଷିରେ ସଫଳ ହୋଇଥିବା ଚାଷୀଙ୍କୁ ଜିଲ୍ଲାପାଳଙ୍କ ଆର୍ଥିକ ପୁରସ୍କାର ପ୍ରଦାନ

ପବନ ତାଙ୍କ ଫାର୍ମରେ ପ୍ରାୟ 30 ପ୍ରକାରର ଫଳ, ପନିପରିବା, ମାଛ ଓ ମହୁ ଚାଷ କରି ବେଶ ଲାଭବାନ ହୋଇଛନ୍ତି । ସେହିଭଳି ପବନ ତାଙ୍କ ଚାଷରେ କୌଣସି ରାସାୟନିକ ସାର ବ୍ୟବହାର ନକରି କେବଳ ଜୈବିକ ପଦ୍ଧତିରେ ଚାଷ କରିଛନ୍ତି । ଉନ୍ନତ ଚାଷକାର୍ଯ୍ୟ ପାଇଁ ରାଜ୍ୟ ସରକାର ଆତ୍ମା ପ୍ରକଳ୍ପ ଆରମ୍ଭ କରିଥିଲେ । ତେବେ ପବନ ସେଠାରୁ ତାଲିମ ପାଇବା ପରେ ଏହାକୁ କାର୍ଯ୍ୟରେ ପରିଣତ କରିଛନ୍ତି ।

ଜିଲ୍ଲାପାଳ ପବନଙ୍କ ଫାର୍ମ ବୁଲି ଦେଖିବା ସହିତ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହାସହିତ ଆତ୍ମା ପକ୍ଷରୁ ତାଙ୍କୁ ଜିଲ୍ଲାପାଳ ଗୁରୁବାର 60 ହଜାର ଟଙ୍କାର ଚେକ ପ୍ରଦାନ କରିବା ସହ ଜିଲ୍ଲାର ସମସ୍ତ ଚାଷୀଙ୍କୁ ପବନଙ୍କ ଭଳି ସମନ୍ବିତ ଚାଷ କରି ଲାଭବାନ ହେବାକୁ ପରାମର୍ଶ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details