ଓଡିଶା

odisha

By

Published : Apr 6, 2023, 8:14 PM IST

ETV Bharat / state

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୋଲିସ ବାବୁ , ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ପୋଲିସ ବାବୁ । କେସର ରଫାଦଫା ପାଇଁ ଟଙ୍କା ନେଉଥିଲେ ୫୦ ହଜାର ଟଙ୍କା ଲାଞ୍ଚ । ରେଡ ହ୍ୟାଣ୍ଡେଡ ଧରିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ପୋଲିସ ବାବୁ
ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ପୋଲିସ ବାବୁ


ଭୁବନେଶ୍ବର: ଲାଞ୍ଚ ନେବା ପଡିଲା ମହଙ୍ଗା । ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ପୋଲିସ ବାବୁ । ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡେଡ ଧରିଲା ଭିଜିଲାନ୍ସ । ସୂଚନା ମୁତାବିକ ଲାଞ୍ଚ ନେଉଥିବା ପୋଲିସ ବାବୁ ଜଣଙ୍କ ହେଲେ ଭୁବନେଶ୍ୱରର ଖଣ୍ଡଗିରି ଥାନାରେ ସବ-ଇନସ୍ପେକ୍ଟର ସୁଶାନ୍ତ ସ୍ବାଇଁ । ତେବେ ସୁଶାନ୍ତ ସ୍ବାଇଁ ଖଣ୍ଡଗିରି ଅଞ୍ଚଳର ନାକା ଗେଟ ପାଖରେ ଜୈନିକ ବ୍ୟକ୍ତିଙ୍କ କେସର ରଫାଦଫା ପାଇଁ ଟଙ୍କା ନେଉଥିଲେ । କେଶ ରଫାଦଫା ପାଇଁ ବ୍ୟକ୍ତିଙ୍କ ଓକିଲଙ୍କଠାରୁ ସୁଶାନ୍ତ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଅଧିକ ପଢନ୍ତୁ: ଲୋକସେବକଙ୍କୁ ଏ କି ପ୍ରକାର ସମ୍ମାନ ? ବାରମ୍ୱାର ପ୍ରତିମୂର୍ତ୍ତି ନିର୍ମାଣରେ ତୃଟି କରୁଛି ଜିଲ୍ଲା ପ୍ରଶାସନ

ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ନାମ ସୁଶାନ୍ତ ସ୍ୱାଇଁ ହୋଇଥିବା ବେଳେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏଡିଜି ଯଶବନ୍ତ ଜେଠୱା । ଏଡିଜି ଜେଠୱା କହିଛନ୍ତି, "ସୁଶାନ୍ତ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଖବର ପାଇ ତାଙ୍କୁ ରେଡ ହ୍ୟାଣ୍ଡେଡେଡ ଧରିଥିଲେ । ପରେ ତାଙ୍କ ନାଁରେ କେଶ ନମ୍ବର ୨୨/୨୧ ରେ ମାମଲାର ରଫାଦଫା ପାଇଁ ଟଙ୍କା ନେଉଥିବା ଆଧାରରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ସେହିପରି ଭିଜିଲାନ୍ସ ପୋଲିସ ଧାରା ୧୦୧୮ ଆଧାରରେ ମାମଲା ରୁଜୁ କରିଛି । ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ବେଳେ ଭୁବନେଶ୍ୱରରେ ଥିବା ତାଙ୍କ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଛି ପୋଲିସ । ଆଉ କେଉଁକେଉଁ ସ୍ଥାନରୁ ଖାକିର ସାହାରା ନେଇ ସୁଶାନ୍ତ ଟଙ୍କା ଉଠାଉଥିଲେ ସେନେଇ ଭିଜିଲାନ୍ସ ଅଧିକା ଖୋଳତାଡ଼ କରୁଛି ।

ଅଧିକ ପଢନ୍ତୁ: ଜଳବାୟୁ ପରିବର୍ତ୍ତନ କି ପ୍ରଭାବ ପକାଇବ, The climate Countdown ମାଧ୍ୟମରେ ସଚେତନ କଲେ ଲେଖକ ସାଗର ପ୍ରଧାନ

ସୁଶାନ୍ତଙ୍କ ବିରୋଧରେ ହୋଇଥିବା କେସର ତଦନ୍ତ ଚାଲିଥିବା ବେଳେ ଆଗକୁ ଆହୁରି ଅନେକ ତଥ୍ୟ ତାଙ୍କଠାରୁ ସଂଗ୍ରହ କରିବା ପୋଲିସ । ତେବେ ଲାଞ୍ଚ ନେଇ ସୁଶାନ୍ତ କେତେ ଟଙ୍କା ବେଆଇନ ଭାବେ ଠୁଳ କରିଛନ୍ତି ତାହା ମଧ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଏକଥା ବି ଶୁଣିବାକୁ ମିଳୁଛି ଯେ ତାଙ୍କର ବଦଳି ସତ୍ତ୍ବେ ବି ସେ ଖଣ୍ଡଗିରି ଥାନାରେ ରହିଥିଲେ । ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି । ଆଉ ବାବୁଙ୍କର ଏହି ଲାଞ୍ଚ ଲାଳସାକୁ ନେଇ ଖାକିରେ ଲାଗିଛି କଳଙ୍କି ।

ଏହା ବି ପଢ଼ନ୍ତୁ: ବିରୋଧୀ କହୁଛନ୍ତି ମୋ କବର ଖୋଳିବେ: ପ୍ରଧାନମନ୍ତ୍ରୀ ମୋଦି

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details