ଓଡିଶା

odisha

ETV Bharat / state

Khandagiri Mela: ଜାନୁଆରୀ ୨୮ରୁ ଜମିବ ଖଣ୍ଡଗିରି ମେଳା, ଲାଗିଲା ଏହି କଟକଣା - ସୁଲୋଚନା ଦାସ

ଆସନ୍ତା ଜାନୁଆରୀ ୨୮ ତାରିଖରୁ ରାଜଧାନୀରେ ଜମିବ ଖଣ୍ଡଗିରି ମେଳା (Khandagiri Mela 2023) । ଆଜି ବିଏମସି ଏକ ସ୍ବତନ୍ତ୍ର ବୈଠକ କରି ଏହି ନିଷ୍ପତ୍ତି ନେଇଛି । ଏହାସହିତ କିଛି ନିର୍ଦ୍ଧିଷ୍ଟ ନିୟମାବଳୀ ମଧ୍ୟ ଧାର୍ଯ୍ୟ କରାଯାଇଛି । ଅଧିକ ପଢନ୍ତୁ

Khandagiri Mela 2023
Khandagiri Mela 2023

By

Published : Jan 7, 2023, 10:29 PM IST

ଜାନୁଆରୀ ୨୮ରୁ ଜମିବ ଖଣ୍ଡଗିରି ମେଳା, ଲାଗିଲା ଏହି କଟକଣା

ଭୁବନେଶ୍ବର: ଚଳିତ ମାସ ୨୮ତାରିଖରୁ ଜମିବ ଖଣ୍ଡଗିରି ମେଳା (Khandagiri Mela 2023) । ରାଜଧାନୀକୁ ଛୁଟିବ ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁଙ୍କ ଭିଡ଼ । ଜମିବ ରଙ୍ଗୀନ ଯାତ୍ରା ପାର୍ଟିର ନାଟକ ପରିବେଷଣ । ଉଠା ଦୋକାନୀ ଓ ମେଳାର ମଜା ଉଠାଇବେ ଲୋକେ। ମକର ମେଳାକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ବିଏମସି (BMC) ଶନିବାର ସ୍ବତନ୍ତ୍ର ବୈଠକ କରି ନିଷ୍ପତ୍ତି ନେଇଛି ।

ବୈଠକରେ ପୂଜା କମିଟି, କମିଶନରେଟ ପୋଲିସ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ, ଯାତ୍ରା କମିଟି ସଦସ୍ୟ, ପାନୀୟ ଜଳ ବିଭାଗ ଅଧିକାରୀ ଉପସ୍ଥିତରେ ହୋଇଛି ଆଲୋଚନା । ତେବେ ମାଘମେଳାରେ ଏଥର ଯାତ୍ରା ପରିବେଷଣ ପାଇଁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି । ଯାତ୍ରାରେ କୌଣସି ଉତ୍ତେଜକ ଶବ୍ଦ ବ୍ୟବହାର ହେବନାହିଁ । ଲାଉଡ ସ୍ପିକରରେ ଯାତ୍ରା ପ୍ରଚାର ହୋଇପାରିବ ନାହିଁ । କୌଣସି ବର୍ଗଙ୍କୁ ଆଘାତ ଦେଲା ଭଳି ଯାତ୍ରା ପରିବେଷଣ ଉପରେ ରୋକ୍ ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତାକଡ଼ରେ ପାର୍କିଂ କଲେ ବଡ ଫାଇନ କଟିବ ।

ଏହା ବି ପଢନ୍ତୁ- ଭୁବନେଶ୍ୱର ରେଳ ଷ୍ଟେସନରେ ଅଘଟଣ, ଛିଣ୍ଡିଲା ତାର ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ତେବେ ନିର୍ଦ୍ଦିଷ୍ଟ ପାର୍କିଂ ପାଇଁ ୩ଟି ସ୍ଥାନ ଚିହ୍ନଟ ହୋଇଛି । ମେଲଣ ପଡିଆ, ଓସଆରଟିସି ପଡିଆ ଏବଂ ଏସଆଇ ପାର୍କିଂରେ ଗାଡି ରହିବ। ଗାଡି଼ ଷ୍ଟାଣ୍ଡ ପାଇ ସ୍ଥାନ ନିର୍ଦ୍ଧାରଣ କରି ବୋର୍ଡ ଲଗାଯିବ। ଜାନୁଆରୀ ୩୦ରୁ ୧୦ ତାରିଖ ପର୍ଯ୍ୟନ୍ତ ଯାତ୍ରାପାର୍ଟିକୁ ଅନୁମତି ମିଳିବ । ସ୍ଥାନ କମ ଥିବାରୁ ଗୋଟିଏ ଦିନରେ ୫ଟି ଯାତ୍ରାପାର୍ଟିକୁ ପରିବେଷଣ ପାଇ ଅନୁମତି ମିଳିଛି । ଏବର୍ଷ ୨୫୦ରୁ ଊର୍ଦ୍ଧ୍ବ ଷ୍ଟଲ ପଡିବ ବୋଲି ଟାର୍ଗେଟ ରଖିଛି ବିଏମସି । ସବୁ ବ୍ୟବସାୟୀ ଏବଂ ଯାତ୍ରା କମିଟି ବିଏମସି ଏବଂ ପୋଲିସ, ଅଗ୍ନିଶମ ବିଭାଗଠାରୁ ଅନୁମତି ନେବାକୁ ବାଧ୍ୟତାମୂଳକ କରାଯାଇଛି ।

ସାନିଟେସନ ଉପରେ ବୈଠକରେ ଗୁରୁତ୍ବ ଦେଇ ୪ଟି ମୋବାଇଲ ଟଏଲେଟ୍ ବ୍ୟବସ୍ଥା ରହିବ। ପ୍ଳାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗୁ ରଖିବାକୁ ପ୍ରୟାସ କରାଯାଇଛି । ପ୍ରତିଦିନ ଖାଦ୍ୟର ମାନ ଯାଞ୍ଚ କରିବେ ଖାଦ୍ୟ ନିରାପତ୍ତା ଅଧିକାରୀ । ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ବ୍ୟାପକ ପୋଲିସ ମୁତୟନ ହେବା ସହ ଅଧିକ ସ୍ବେଚ୍ଛାସେବୀ ନିଯୁକ୍ତି ପାଇଁ କମିଟି ମାନଙ୍କୁ ସୁପାରିଶ କରାଯାଇଛି । ଏ ନେଇ ଭୁବନେଶ୍ବର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details