ଓଡିଶା

odisha

ETV Bharat / state

ଆଗକୁ ଆସୁଛି ମହାକୁମ୍ଭ ମେଳା, ଖଣ୍ଡଗିରିର ଐତିହ୍ୟ କୁଣ୍ଡ ଏବେ ବି ଅବହେଳିତ - ଖଣ୍ଡଗିରିର ଐତିହ୍ୟ କୁଣ୍ଡ ଏବେ ବି ଅବହେଳିତ

ଆଗକୁ ଆସୁଛି ଐତିହ୍ୟ ଖଣ୍ଡଗିରି ମେଳା । ଐତିହ୍ୟ ଖଣ୍ଡଗିରି ପାହାଡରେ ଥିବା କିଛି କୁଣ୍ଡରେ ସ୍ନାନ କରିବା ଦ୍ୱାରା ବିଭିନ୍ନ ରୋଗରୁ ଆରୋଗ୍ୟ ହୁଅନ୍ତି ବୋଲି କିମ୍ବଦନ୍ତୀ ରହିଛି । ଏଭଳି ବିଶ୍ୱାସ ନେଇ ଖଣ୍ଡଗିରିର ମାଘ ମେଳାରେ ଏକାଠି ହୁଅନ୍ତି ଲକ୍ଷଲକ୍ଷ ଭକ୍ତ, ହଜାରହଜାର ସାଧୁସନ୍ଥ । ଅଧିକ ପଢ଼ନ୍ତୁ

ଆଗକୁ ଆସୁଛି ଐତିହ୍ୟ ଖଣ୍ଡଗିରି ମେଳା
ଆଗକୁ ଆସୁଛି ଐତିହ୍ୟ ଖଣ୍ଡଗିରି ମେଳା

By

Published : Jan 25, 2023, 8:29 AM IST

ଆଗକୁ ଆସୁଛି ଐତିହ୍ୟ ଖଣ୍ଡଗିରି ମେଳା, ପରିତ୍ୟକ୍ତ ଅବସ୍ଥାରେ ଐତିହ୍ୟ କୁଣ୍ଡ

ଭୁବନେଶ୍ବର: ଆସନ୍ତା ଜାନୁଆରୀ ୨୮ ତାରିଖରୁ ରାଜଧାନୀରେ ଜମିବ ଖଣ୍ଡଗିରି ମେଳା । ଆଗକୁ ଆସୁଛି ଖଣ୍ଡଗିରି ମେଳା । ରାଜଧାନୀର ଐତିହ୍ୟ ଖଣ୍ଡଗିରି ପାହାଡରେ ଥିବା କିଛି କୁଣ୍ଡରେ ସ୍ନାନ କରିବା ଦ୍ୱାରା ବିଭିନ୍ନ ରୋଗରୁ ଆରୋଗ୍ୟ ହୁଅନ୍ତି ବୋଲି କିମ୍ବଦନ୍ତୀ ରହିଛି। ଏଭଳି ବିଶ୍ୱାସ ନେଇ ଖଣ୍ଡଗିରିର ମାଘ ମେଳାରେ ଏକାଠି ହୁଅନ୍ତି ଲକ୍ଷ ଲକ୍ଷ ଭକ୍ତ, ହଜାର ହଜାର ସାଧୁସନ୍ଥ। ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି ସମସ୍ତ କୁଣ୍ଡର ଚିତ୍ର। ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି କୁଣ୍ଡ। ଆଉ କୁଣ୍ଡ ପାଖକୁ ଯିବାକୁ ନାକ ଟେକୁଛନ୍ତି ସାଧୁସନ୍ଥ ଓ ପର୍ଯ୍ୟଟକ।

ଖଣ୍ଡଗିରି ପାହାଡରେ ମା' ବାରଭୂଜା କେଉଁ କାଳରୁ ପୂଜା ପାଇ ଆସୁଛନ୍ତି । ପୁରାଣ ଅନୁସାରେ ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ଆରାଧନା ପରେ ଏହି ମନ୍ଦିରରେ ଖିରି ପ୍ରସାଦ ଲାଗି କରନ୍ତି ସାଧୁ। ଏହାଦ୍ୱାରା ତପ ପୁଣ୍ୟ ହୁଏ ବୋଲି ବିଶ୍ୱାସ ରହିଛି । ସେହି ସାଧୁସନ୍ଥଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ । ଆହୁରି ଏକ ବିଶ୍ୱାସ ରହିଛି ଯେ ଖଣ୍ଡଗିରି ଓ ଉଦୟଗିରିରେ ମୋଟମୋଟି ଭାବେ 5ଟି କୁଣ୍ଡ ରହିଛି । ଯାହାର ନାମ ଆକାଶ ଗଙ୍ଗା, ଗୁପ୍ତ ଗଙ୍ଗା, ରାଧା କୁଣ୍ଡ, ଶ୍ୟାମ କୁଣ୍ଡ ଏବଂ ଲଳିତ କୁଣ୍ଡ । ଯାହାକୁ ନେଇ ବିଭିନ୍ନ ପୌରାଣିକ କିମ୍ବଦନ୍ତୀ ରହିଛି । ସେହି କୁଣ୍ଡରେ ସାଧୁସନ୍ଥ ସ୍ନାନ କରିଥାନ୍ତି।

ଆକାଶ ଗଙ୍ଗା କୁଣ୍ଡ ସଫା ଥିଲା ବେଳେ ସେଠାରେ ଅସାମାଜିକ ଯୁବପିଢ଼ିମାନେ ସେଠାରେ ନିଶା ଦ୍ରବ୍ୟ ସେବନ କରିବା ସହ ଆଡ୍ଡା ମଧ୍ୟ ଜମାଇଥାନ୍ତି। ଦେଖିବାକୁ ଗଲେ କୌଣସି ଏକ ପର୍ଯ୍ୟଟକ ସୁରକ୍ଷିତ ଭାବରେ ବୁଲିପାରିବେ ନାହିଁ। ସମସ୍ତ କୁଣ୍ଡର ଜଳକୁ ପରିସ୍କାର କରିବା ପାଇଁ କେହିବି ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଯାହା ଫଳରେ ସାଧୁସନ୍ଥଙ୍କ ସ୍ନାନ କରିବରେ ଅସୁବିଧା ହେଉଛି । ଏନେଇ କିଛି ସାଧୁସନ୍ଥ ମାନେ କହିଛନ୍ତି ‘ବାରମ୍ବାର ଏ ବାବଦରେ ପ୍ରଶାସନକୁ କୁହାଯାଉଛି ।’ କିନ୍ତୁ ମାଘାମେଳା ସମୟ ପ୍ରଶାସନ ଏହାକୁ ପରିଷ୍କାର ରଖିବା ଆବଶ୍ୟକ ।

ଯାହା ଫଳରେ ଯେଉଁ ସାଧୁସନ୍ଥମାନେ ବାହାରୁ ଖଣ୍ଡଗିରି ଆସିଥାନ୍ତି ସେମାନେ ଏହି ପାଣି କୁ ବ୍ୟବହାର କରିପାରିବେ ମଧ୍ୟ। କିନ୍ତୁ ଏ ସମସ୍ତ କାର୍ଯ୍ୟକୁ ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। ଖଣ୍ଡଗିରି ପାହାଡ ଉପରେ ଥିବା ଦଶଭୁଜା ଠାକୁରାଣୀ କମିଟି ମଧ୍ୟ ସମସ୍ତ କୁଣ୍ଡକୁ ସଫା କରିବା ବେଳେ ଏଏସଆଇ ଏହାକୁ ବିରୋଧ କରିଛି । ସେଥିପାଇଁ ତାକୁ କେହି ମଧ୍ୟ ସୁରକ୍ଷା ଦେଇ ପାରୁନହାଁନ୍ତି । ସମସ୍ତ କୁଣ୍ଡଗୁଡ଼ିକୁ ନେଇ ଗୋଟିଏ ଗୋଟିଏ କିମ୍ବଦନ୍ତୀ ରହିଛି ବୋଲି କହିଛନ୍ତି କିଛି ସାଧୁସନ୍ଥ ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details