ଓଡିଶା

odisha

ନିର୍ଦ୍ଧିଷ୍ଟ ଗୋଷ୍ଠୀ ପାଇଁ ପ୍ରଚାର କରି ହଟହଟା ବିଧାୟକ, ଭିଡ଼ିଓ ଭାଇରଲ

By

Published : Feb 15, 2022, 10:10 AM IST

ପଞ୍ଚାୟତ ନିର୍ବାଚନରେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପାଇଁ ପ୍ରଚାର କରି ହଟହଟା ହେଲେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ । ଅଧିକ ପଢନ୍ତୁ

ନିର୍ଦ୍ଧିଷ୍ଟ ଗୋଷ୍ଠୀ ପାଇଁ ପ୍ରଚାର କରି ହଟହଟା ବିଧାୟକ, ଭିଡ଼ିଓ ଭାଇରଲ
ନିର୍ଦ୍ଧିଷ୍ଟ ଗୋଷ୍ଠୀ ପାଇଁ ପ୍ରଚାର କରି ହଟହଟା ବିଧାୟକ, ଭିଡ଼ିଓ ଭାଇରଲ

ଖୋର୍ଦ୍ଧା: ଆସନ୍ତାକାଲି (ବୁଧବାର) ପଞ୍ଚାୟତ ନିର୍ବାଚନ ପାଇଁ ପଡିବ ଭୋଟ । ଏହାପୂର୍ବରୁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପାଇଁ ପ୍ରଚାର କରି ହଟହଟା ହେଲେ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥି ସହ ଗୋଟିଏ ପଞ୍ଚାୟତରୁ ବିଜେଡିର ୨ଜଣ ସରପଞ୍ଚ ପ୍ରାର୍ଥୀ ଥିବାବେଳେ ଜଣଙ୍କ ପାଇଁ ପ୍ରଚାର କରିବାରୁ ବେଗୁନିଆ ବୋଲଗଡ଼ରେ ବିଜେଡି ବିଜେଡି ମଧରେ ଫାଇଟ ଦେଖିବାକୁ ମିଳିଛି ।

ନିର୍ଦ୍ଧିଷ୍ଟ ଗୋଷ୍ଠୀ ପାଇଁ ପ୍ରଚାର କରି ହଟହଟା ବିଧାୟକ, ଭିଡ଼ିଓ ଭାଇରଲ

ତେବେ ପୂର୍ବରୁ ନିର୍ଵାଚନ ମଇଦାନକୁ ବିଧାୟକ କିମ୍ବା ନିକଟରେ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ପ୍ରଦୀପ ସାହୁ ଓହ୍ଲାଇ ନଥିବା ବେଳେ ଗତକାଲି ପ୍ରଚାର କରିଥିଲେ । ଏନେଇ କଡବ ଗ୍ରାମପଞ୍ଚାୟତର ଖଣତି ଗ୍ରାମ ମନ୍ଦିରରେ ଉକ୍ତ ଅଞ୍ଚଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଡାକି ସଭା କାର୍ଯ୍ୟ କରିବାକୁ ଚେଷ୍ଟା କରିଥିଲେ । ହେଲେ ଏହି ସମୟରେ ବିଧାୟକ ଓ ପ୍ରଦୀପଙ୍କୁ ଜୋରଦାର ବିରୋଧ କରଯାଇଥିଲା ।

ସ୍ଥାନୀୟ ଲୋକମାନେ ବିଧାୟକ ଏଠାକୁ ଆସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ସପକ୍ଷରେ ଭୋଟ ହାତେଇବାକୁ ହୀନ ଚକ୍ରାନ୍ତ କରୁଥିବା ଅଭିଯୋଗ ଆଣି ସେଠାରେ ହୋ ହାଲା କରିଥିଲେ । ପରିସ୍ଥିତି ଏମିତି ହେଇଥିଲା ବାଧ୍ୟ ହେଇ ବିଜେଡି କର୍ମୀ ଏବଂ ବିଧାୟକ ସେଠୁ ସଭା କରିନପାରି ଫେରିଯାଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details