ଓଡିଶା

odisha

ETV Bharat / state

ଫନି ଛଡାଇନେଲା ଜୀବନ-ଜୀବିକା

ଫନି ମାଡରେ ଜୀବିକା ହରାଇ ଏବେ ଏମିତି ସନ୍ତୁଳି ହେଉଛନ୍ତି ଖୋର୍ଦ୍ଧା ଉପକଣ୍ଠ ଗଡ଼ ହଳଦିଆ ଗାଁର ତଂଅଳା ସାହିବାସୀ ।

By

Published : May 19, 2019, 8:10 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଫନି ଆସିଲା ଆଉ ତାର କରଳରୁପ ଦେଖାଇ ସବୁକିଛି ଛାରଖାର କରିଦେଲା । ଝଡ ତୋଫାନ ତାଣ୍ଡବରେ ଉଜୁଡି ଯାଇଛି ଶାଳପତ୍ର ଜୀବିକା । କେମିତି ଚାଲିବ ପରିବାର, ପିଲାଛୁଆଙ୍କ ପାଇଁ କେଉଁଠୁ ଯୋଗାଡ଼ ହେବ ଦାନା । ଫନି ମାଡରେ ଜୀବିକା ହରାଇ ଏବେ ଏମିତି ସନ୍ତୁଳି ହେଉଛନ୍ତି ଖୋର୍ଦ୍ଧା ଉପକଣ୍ଠ ଗଡ଼ ହଳଦିଆ ଗାଁର ତଂଅଳା ସାହିବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବର୍ଷା ପବନ ମାଡରେ ଜୀବିକା ହରାଇଛି ଶାଳପତ୍ର ବେଉସା । ଏମାନଙ୍କ ପାଇଁ ଏକମାତ୍ର ରୋଜଗାରର ବାଟ ହେଲା ଶାଳପତ୍ର । ପେଟକୁ ମୁଠାଏ ଦାନା ଯୋଗାଡ଼ ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଆନ୍ତି ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗାଁ ତଂଅଳା ସାହିର ଜ୍ୟୋଷ୍ଣା ଦାସ । ଶାଳପତ୍ର ତୋଳି ଘରକୁ ଆଣନ୍ତି । ଆଉ ନିଜ ହାତରେ ସିଲେଇ କରି ଯାହା ଦୁଇପଇସା ମିଳେ ସେଥିରେ ପରିବାର ଚଳନ୍ତି । ହେଲେ ସମୟ ବଇରୀ ସାଜିଲା ଫୋନି ମାଡରେ ମାଟି କାମୁଡ଼ିଛି ହଜାର ହଜାର ଶାଳ ଗଛ । ଗଛ ତ ନାହିଁ ପତ୍ର ଆସିବ କେଉଁଠୁ । ଆଗକୁ କେମିତି ଚାଲିବ ତେଲ ଲୁଣର ସଂସାର ଏ ଚିନ୍ତାରେ ଆଖିକୁ ନିଦନାହିଁ ।

କେବଳ ଜ୍ୟୋଷ୍ଣା ନୁହଁନ୍ତି ସେହି ସାହିର ଶହଶହ ପରିବାରର ଏଭଳି ବିକଳ ଚିତ୍ର । ଫୋନି ମହାତାଣ୍ଡବର ପରବର୍ତୀ ସ୍ଥିତି ପରଖିବାକୁ ଯାଇ ତଂଅଳା ସାହିର ଯାହାକୁ ଭେଟିଲୁ, ସମସ୍ତଙ୍କର କୋହମିଶା ସ୍ୱର ସରକାର ସିନା ଦିନ କେଇଟା ପାଇଁ ରିଲିଫ ଦେବେ କିନ୍ତୁ ଆମକୁ ଆମ ଜୀବନ ଜୀବିକା କିଏ ଫେରାଇବ ।

ଫନି ଆସିଲା ଆଉ ଉଜାଡି ଦେଇଗଲା ବର୍ଷକର ରୋଜଗାର । ଏବେ ଜୀବିକା ହରାଇ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ଶାଳପତ୍ର ତୋଳାଳି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ

ABOUT THE AUTHOR

...view details