ଭୁବନେଶ୍ବର:ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ବରଙ୍କ ସହଯୋଗୀ ଚନ୍ଦନଙ୍କୁ 12 ଘଣ୍ଟା ଧରି ଜେରା କରିଲା ଇଡି । ସମନ ପରେ ବୁଧବାର ଇଡିରେ ହାଜର ହୋଇଥିଲେ । ଅର୍ଚ୍ଚନାଙ୍କ ସହ ହୋଇଥିବା ଆର୍ଥିକ କାରବାର ବିଷୟରେ ତଥ୍ୟ ଓଗାଳିବା ପାଇଁ ଅଭିଳାଷ ପ୍ରିୟଦର୍ଶୀ ଓରଫ ଚନ୍ଦନଙ୍କୁ 12 ଘଣ୍ଟା ଧରି ଜେରା କରିଥିଲା ଇଡି ।
ଅର୍ଚ୍ଚନାଙ୍କ ଆର୍ଥିକ କାରବାର ବିଷୟରେ ଜାଣିବା ପାଇଁ ଇଡି ପ୍ରଥମ ପର୍ଯ୍ୟାୟରେ 11ଜଣଙ୍କୁ ସମନ ଜାରି କରିଥିଲା । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା 7ଜଣଙ୍କୁ ଜେରା କରାଯାଇଛି। ଖୁବଶୀଘ୍ର ଆଉ 4 ଜଣଙ୍କୁ ଜେରା କରାଯିବ ବୋଲି ସୂଚନା ରହିଛି । ଜେରା ହୋଇଥିବା 7ଜଣଙ୍କ ଅର୍ଚ୍ଚନା ସହ ଆର୍ଥିକ କାରବାର ହୋଇଥିଲା । ସେ ବାବଦରେ ଜାଣିବା ପାଇଁ ଜେରା କରାଯାଇଛି । ତେବେ ସମନ ପରେ ଗତକାଲି(ବୁଧବାର) 10ରେ ଇଡିରେ ହାଜର ହୋଇଥିଲେ ଅଭିଳାଷ । ଇଡିର ପଚରାଉଚରା ସମୟରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଜଣାପଡିଛି । ଅନ୍ୟପଟେ ଇଡି ଅଧିକାରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିବା କଥା କହିଛନ୍ତି ଅଭିଳାଷ ।
ଏହା ମଧ୍ୟ ପଢନ୍ତୁ: ଖୋଲିବ ଅର୍ଚ୍ଚନାର କଳା ଟଙ୍କା ଗୁମର, EDରେ ହାଜର ହେଲେ ଖଗେଶ୍ବରର ସହଯୋଗୀ ଚନ୍ଦନ