ଭୁବନେଶ୍ବର:ଖୁବଶୀଘ୍ର ଖୋଲିବ ଅର୍ଚ୍ଚନା କଳା ସାମ୍ରାଜ୍ୟ ଓ ଅର୍ଥ କାରବାରର ଗୁମର । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ତଦନ୍ତ ଜାରି ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ଇଡିରେ ହାଜର ହୋଇଛନ୍ତି ଖଗେଶ୍ବରଙ୍କ ବ୍ୟବସାୟୀ ସହଯୋଗୀ ଅଭିଳାସ ପ୍ରିୟଦର୍ଶୀ ଓରଫ ଚନ୍ଦନ । ଆଜି ହାଜର ହେବା ପାଇଁ ଅଭିଳାସକୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ଅର୍ଚ୍ଚନା କଳାଧନକୁ ଧଳା କରୁଥିବା ବେଳେ ଏଥିରେ ମିଡିଲମ୍ୟାନ ସାଜି ସହଯୋଗ କରୁଥିଲା ଖଗେଶ୍ବର । ସୁପ୍ରିମ ମୋଟର୍ସ ଥିଲା ଏହାର ମାଧ୍ୟମ । ପୂର୍ବରୁ ଅର୍ଚ୍ଚନା, ଖଗେଶ୍ବର ଏବଂ ଜଗବନ୍ଧୁଙ୍କ ମଧ୍ୟରେ ୩୫ ଲକ୍ଷର କାରବାର ସାମ୍ନାକୁ ଆସିଥିଲା । ତେବେ ସୁପ୍ରିମ ମୋଟର୍ସ ସାହାଯ୍ୟରେ ଅର୍ଥ କାରବାର କରୁଥିବା ନେଇ ସନ୍ଦେହ କରିଥିଲା ଇଡି । ଏନେଇ ପ୍ରଥମେ ଖଗେଶ୍ବରକୁ ପଚରାଉଚରା କରିହା ସମୟରେ ସତ ମାନିନଥିଲା ।