ଓଡିଶା

odisha

ETV Bharat / state

କୁସୁମିତା ଆବାସିକ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା, କ୍ଷତିପୂରଣ ନିର୍ଦ୍ଦେଶ ଦେଲେ ମାନବାଧିକାର ଆୟୋଗ - ଛାତ୍ରୀ ମୃତ୍ୟୁ ଘଟଣାରେ କ୍ଷତିପୂରଣ ନିର୍ଦ୍ଦେଶ

କେନ୍ଦୁଝର କୁସୁମିତା ଆବାସିକ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣା କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର ଆୟୋଗ । ଅଧିକ ପଢନ୍ତୁ

କ୍ଷତିପୂରଣ ନିର୍ଦ୍ଦେଶ ଦେଲେ ମାନବାଧିକାର ଆୟୋଗ
keonjhar girl student death case

By

Published : Jul 13, 2023, 1:04 PM IST

ଭୁବନେଶ୍ବର: ଛାତ୍ରୀ ମୃତ୍ୟୁ ଘଟଣାରେ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ ହୋଇଛି । 2014 ମସିହାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର ଆୟୋଗ । କେନ୍ଦୁଝର କୁସୁମିତା ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଖାଦ୍ୟ ବିଷକ୍ରିୟା ଯୋଗୁଁ ଛାତ୍ରୀମୃତ୍ୟୁ ଘଟଣାରେ କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର ଆୟୋଗ ।

କ୍ଷତିପୂରଣ ନିର୍ଦ୍ଦେଶ ଦେଲେ ମାନବାଧିକାର ଆୟୋଗ

କେନ୍ଦୁଝର କୁସୁମିତା ଆବାସିକ ବିଦ୍ୟାଳୟର ଖାଦ୍ୟ ବିଷକ୍ରିୟା ଯୋଗୁଁ ଛାତ୍ରୀମୃତ୍ୟୁ ଘଟଣା ପାଇଁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଓ କେନ୍ଦୁଝର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମାନବାଧିକାର ଆୟୋଗ କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନଭେମ୍ବର ୩୦ ତାରିଖ ସୁଦ୍ଧା କ୍ଷତିପୂରଣ ପ୍ରଦାନ ସମ୍ପର୍କିତ ସମସ୍ତ ତଥ୍ୟ ସହ କାର୍ଯ୍ୟାନୁଷ୍ଠାନ ବିବରଣୀ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି ।

କ୍ଷତିପୂରଣ ନିର୍ଦ୍ଦେଶ ଦେଲେ ମାନବାଧିକାର ଆୟୋଗ

ସୂଚନା ମୁତାବକ ୨୦୧୪ମସିହା ଫେବୃଆରୀ ୨୫ତାରିଖ ରାତିରେ କୁସୁମିତା ଆବାସିକ ବିଦ୍ୟାଳୟର ବିଷାକ୍ତ ଖାଦ୍ୟ ଖାଇ ଅନେକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨୦ଜଣ ଛାତ୍ରଛାତ୍ରୀ ଗୁରୁତର ହେବା ସହ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀ ରତନୀ ଦେହୁରୀଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା । ପରେ ତାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫେଵୃଆରୀ ୨୬ରେ ମୃତ୍ୟୁ ହୋଇଥିଲା । ସେହି ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତିମ ସସ୍କାର‌ ପାଇଁ ରେଡକ୍ରସ ପାଣ୍ଠିରୁ କେବଳ ୧୫ହଜାର‌ ଟଙ୍କା ଦିଆଯାଇଥିଲା ।

ଏହା ବି ପଢନ୍ତୁ...ବ୍ରହ୍ମପୁର ଷ୍ଟେସନ ପାଲଟିଛି ମାନବ ଚାଲାଣର ଏଣ୍ଟ୍ରିଂ ପଏଣ୍ଟ ! ରେଳାବାଇ ସମେତ ଓଡିଶା ଓ ବିଭିନ୍ନ ରାଜ୍ୟକୁ ନୋଟିସ

ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ କେନ୍ଦୁଝରରେ କୁସୁମିତା ଆବାସିକ ବିଦ୍ୟାଳୟ ପରିଚାଳିତ ହେଉଛି । ତେଣୁ ଏହି ଘଟଣା ଘଟିବା ପରେ ଏନେଇ ମାନବାଧିକାର କର୍ମୀ ପ୍ରବୀର ଦାସ ଜାତୀୟ ମାନବାଧିକାର ଆୟୋଗରେ ଅଭିଯୋଗ କରିଥିଲେ । ଏନେଇ ଘଟଣାଟି ରାଜ୍ୟ ମାନବାଧିକାର ଆୟୋଗଙ୍କ ପାଖକୁ ପଠାଇ ଦେଇଥିଲେ । ରାଜ୍ୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ତତ୍କାଳିନ ଜିଲ୍ଲାପାଳ ୨୦୧୪ ଅକ୍ଟୋବର ୧୦ତାରିଖରେ ଏକ ରିପୋର୍ଟ ଦାଖଲ କରିଥିଲେ ଯେଉଁଥିରେ ଉଲ୍ଲେଖ କରିଥିଲେ ଯେ ଖାଦ୍ୟ ବିଷକ୍ରିୟା ଯୋଗୁଁ ୨୦ଜଣ ଛାତ୍ରୀ ଅସୁସ୍ଥ‌ ହୋଇଥିଲେ ଓ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କର ପରିବାରକୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ହେଲେ ଏହାର‌ ବିସ୍ତୃତ ତଥ୍ୟ ମଗା ଯାଇଥିଲା ମଧ୍ୟ ଏନେଇ ୨୦୧୫ ମାର୍ଚ୍ଚ ସୁଦ୍ଧା ପୁରୁଣା ରିପୋର୍ଟ ଦାଖଲ କରିଥିଲେ । ଏନେଇ ଆୟୋଗଙ୍କ ପକ୍ଷରୁ ଅନେକ ଥର ଚିଠି ଲେଖାଯାଇଥିଲା ମଧ୍ୟ ଏନେଇ କୌଣସି ଜିଲ୍ଲା ପ୍ରଶାସନ ପକ୍ଷରୁ ଜବାବ ଦିଆଯାଇନଥିଲା । ଶେଷ ବିବରଣୀ ରିପୋର୍ଟକୁ ଆଧାର କରି ମୃତ ଛାତ୍ରୀଙ୍କର ପରିବାରକୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର ଆୟୋଗ ନିଷ୍ପତି ନେଇଛନ୍ତି । କେନ୍ଦୁଝର ତହସିଲଦାର କ୍ଷତିପୂରଣ ରାଶିର ଅଧା ରାଶି ଅର୍ଥାତ୍ ୨ ଲକ୍ଷ ଟଙ୍କାର ଜାତୀୟ ବ୍ୟାଙ୍କରେ ୫ବର୍ଷ ପାଇଁ ସ୍ଥାୟୀ ଜମା ରଖିବା ସହ ଏହାର ଏକ ନକଲ ରସିଦ ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details